Advertisment

ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସ ଅଧିକାରୀଙ୍କୁ ମିଳିବ ମେଡାଲ୍‌

ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍‌। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଏହି ତାଲିକାରେ ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀ ଅଛନ୍ତି।

ଅଦ୍ୟତନ ହୋଇଛି
ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସ ଅଧିକାରୀଙ୍କୁ ମିଳିବ ମେଡାଲ୍‌

4 Cops From Odisha Get Medal

Advertisment
  • ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍‌
  • ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀ ପାଇବେ ମେଡାଲ୍‌
  • ୨୮ ମହିଳା ପୋଲିସ କର୍ମୀଙ୍କୁ ମେଡାଲ୍‌ ମିଳିବ
Advertisment

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍‌। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଏହି ତାଲିକାରେ ଓଡ଼ିଶାରୁ ୪ ଜଣ ପୋଲିସ ଅଧିକାରୀ ଅଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ, ଏସ୍‌ଆଇ ତୃପ୍ତି ରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁ। 

୧୫୨ ଜଣଙ୍କ ମଧ୍ୟରୁ ସିବିଆଇରୁ ସର୍ବାଧିକ ୧୫ ଜଣ ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପୋଲିସରୁ ୧୧ ଜଣ ଲେଖାଏ ପାଇବେ ମେଡାଲ। ଉତ୍ତର ପ୍ରଦେଶରୁ ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏ ମେଡାଲ ପାଇବେ। ସେହିପରି ତାମିଲନାଡୁରୁ ୮ ଜଣ, ବିହାରରୁ ୭ ଜଣ ଲେଖାଏ ପୋଲିସ ଅଧିକାରୀଙ୍କୁ ମେଡାଲ ମିଳିବ। 

Advertisment

ଗୁଜରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୋଲିସରୁ ୬ ଜଣ ଲେଖାଏ ମେଡାଲ୍‌ ପାଇବା ପାଇଁ ମନୋନୀତି ହୋଇଛନ୍ତି। ମୋଟ୍ ୧୫୨ ପୋଲିସ ମେଡାଲ୍‌ ମଧ୍ୟରୁ ୨୮ ମହିଳା ପୋଲିସ କର୍ମୀଙ୍କୁ ମେଡାଲ୍‌ ମିଳିବ।

Union Home Minister Odisha Police Excellence In Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ