368% rise in excise revenue in 10 years: Odisha excise minister Ashwini Patra
୧୦ ବର୍ଷ ମଧ୍ୟରେ ରାଜ୍ୟର ଅବକାରୀ ରାଜସ୍ୱରେ ୩୬୮ ପ୍ରତିଶତ ବୃଦ୍ଧି ପାଇଛି। ବିଧାନସଭାରେ ଏ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏ ତଥ୍ୟ ଦେଇଛନ୍ତି। ୨୦୧୧-୧୨ରେ ରାଜ୍ୟରୁ ଅବକାରୀ ରାଜସ୍ବ ମିଳୁଥିଲା ୧୩୭୯.୯୧ କୋଟି।
ତେବେ ୨୦୨୨-୨୩ରେ ଏହି ଆୟ ୬୪୫୫.୦୬ କୋଟିକୁ ବୃଦ୍ଧି ପାଇଛି। ଗତ ୧୦ ବର୍ଷରେ ଅବକାରୀ ରାଜସ୍ୱ ବୃଦ୍ଧି ପରିମାଣ ୩୬୮ ପ୍ରତିଶତରେ ପହଞ୍ଚିଛି। ସେହିପରି ରାଜ୍ୟରେ ଗତ ୨୦ ବର୍ଷ ଭିତରେ ମଦ ଦୋକାନ ସଂଖ୍ୟା ବି ବହୁ ପରିମାଣରେ ବୃଦ୍ଧି ପାଇଛି।
୨୦୨୨-୨୩ ସୁଦ୍ଧା ରାଜ୍ୟରେ ମୁଖ୍ୟ ମଦ ଦୋକାନ ସଂଖ୍ୟା ୫୦୯ଟି , ଶାଖା ମଦ ଦୋକାନ ସଂଖ୍ୟା ୧୨୪୦, ମିଲିଟାରୀ କ୍ୟାଣ୍ଟିନ୍ ସଂଖ୍ୟା ୩୫ ଏବଂ ବିୟର ପାର୍ଲର ସଂଖ୍ୟା ୪୬ ଏବଂ ଠିପି ଖୋଲା ମଦ ଦୋକାନ ସଂଖ୍ୟା ୬୭୩ରେ ପହଞ୍ଚିଥିବା ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696146846.jpg)