Advertisment

ମଧ୍ୟବିତ୍ତଙ୍କ ଘର ସ୍ୱପ୍ନରେ ଗ୍ରହଣ ସାଜିଲା ନଗର ଉନ୍ନୟନ ବିଭାଗ

କାହିଁକି ନା ଘରର ପ୍ଲାନ୍ ଆପ୍ରୁଭାଲ ପାଇବାକୁ ହେଲେ ପ୍ଲଟରୁ ଅତି କମ୍‌ରେ ୯ ମିଟର ଚଉଡ଼ା ରାସ୍ତା ରହିବା ବାଧ୍ୟତାମୂଳକ କରାଯାଇଛି ।

undefined

30ft access road made mandatory for building approval in Urban Odisha

Advertisment

ମଧ୍ୟବିତ୍ତଙ୍କୁ ଲୁଟିବା ଲାଗି ନଗର ଉନ୍ନୟନ ବିଭାଗର ମସୁଧା। ମହଙ୍ଗା ହେବ ସହରାଞ୍ଚଳରେ ଘର ନିର୍ମାଣ। ଜମି ମୂଲ୍ୟର ୩୦ ପ୍ରତିଶତ ହେବ ପ୍ଲାନ୍ ଆପ୍ରୁଭାଲ ଫି। ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ନୂଆ ଡ୍ରାଫ୍ଟ ପଲିସିକୁ ନେଇ ଚିନ୍ତାରେ ଘର ତୋଳିବାକୁ ସ୍ବପ୍ନ ଦେଖୁଥିବା ଲୋକେ। ଗତ ୨୧ ତାରିଖରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ସ ପକ୍ଷରୁ ଆସିଛି ସଂଶୋଧିତ ଡ୍ରାଫ୍ଟ ପଲିସି। ଏହାଦ୍ୱାରା ୨୦୧୭ ପରେ ଯେଉଁମାନେ ୯ ମିଟରରୁ କମ୍ ଚଉଡ଼ା ରାସ୍ତା ଥିବା ପ୍ଲଟ କିଣିଥିବେ ଅଡୁଆରେ ପଡ଼ିବେ।

Advertisment

କାହିଁକି ନା ଘରର ପ୍ଲାନ୍ ଆପ୍ରୁଭାଲ ପାଇବାକୁ ହେଲେ ପ୍ଲଟରୁ ଅତି କମ୍‌ରେ ୯ ମିଟର ଚଉଡ଼ା ରାସ୍ତା ରହିବା ବାଧ୍ୟତାମୂଳକ କରାଯାଇଛି । ଯଦି ରାସ୍ତା ଚଉଡ଼ା କମ୍ ଥିବ ତେବେ ଏହାକୁ ୯ ମିଟର କରିବା ଲାଗି ଜମି ମାଲିକଙ୍କୁ ମାଗଣାରେ ଜାଗା ଦେବାକୁ ପଡିବ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ପ୍ଲାନ ଆପ୍ରୁଭାଲ ବା କଂପାଉଣ୍ଡିଂ ଫି ବାବଦକୁ  ଜମି ବେଞ୍ଚମାର୍କ ମୂଲ୍ୟର ୧୫ ପ୍ରତିଶତ ଦେବାକୁ ହେବ ଅର୍ଥାତ ଯଦି ଜଣେ ୨୦ ଲକ୍ଷ ଟଙ୍କାର ଜମି କିଣୁଛନ୍ତି ତାହେଲେ ତାଙ୍କୁ ପ୍ଲାନ ଆବେଦନ ବେଳେ କଂପାଉଣ୍ଡିଂ ଫି ବାବଦକୁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ।

ତା ସହ ଅନ୍ୟାନ୍ୟ ଫି ମଧ୍ୟ ରହିଛି। ହିସାବ ଅନୁସାରେ ଯଦି ଜଣେ ୧୨ ଶହ ସ୍କୋୟାର ଫୁଟ ଜମିକୁ ୨୫ ଲକ୍ଷ ଟଙ୍କାରେ କିଣିଥିବେ ପ୍ଲାନ ଅନୁମୋଦନ ପାଇଁ ପାଖାପାଖି ୮ ଲକ୍ଷ ଟଙ୍କା ପଡିବ। ଅର୍ଥାତ ଜମି ମୂଲ୍ୟର ୩୦ ପ୍ରତିଶତ କେବଳ ପ୍ଲାନ ଅନୁମୋଦନରେ ଖର୍ଚ୍ଚ ହୋଇଯିବ।

Advertisment

ମଧ୍ୟବିତ୍ତଙ୍କ ଉପରେ ବେଡି ଉପରେ କରୋଡା ସଦୃଶ। ଆଉ ଏକ କ୍ଲଜ୍ ହେଉଛି ଯେତିକି ଜମି କିଣିଥିବେ, ତାକୁ ଫ୍ଲୋର ଏରିଆ ବିବେଚନା କରି ପ୍ଲାନ ଆପ୍ରୁଭାଲ ହେବ ଅର୍ଥାତ୍ ଜଣେ ୧୨ଶହ ବର୍ଗଫୁଟ ଜମି କିଣି ୮ ଶହ ବର୍ଗଫୁଟ୍‌ରେ ଘର କଲେ ମଧ୍ୟ ତାଙ୍କୁ ୧୨ଶହ ବର୍ଗ ଫୁଟ ହିସାବରେ ଫି ଦେବାକୁ ପଡିବ। ତେବେ ଅଭିଯୋଗ ଓ ପ୍ରସ୍ତାବ ଦାଖଲ ଲାଗି ୧୫ ଦିନ ସମୟ ଦେଇଛି ନଗର ଉନ୍ନୟନ ବିଭାଗ କୌଣସି ଅଭିଯୋଗ ନ ଆସିଲେ ୧୫ ଦିନ ପରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ।

ତେବେ ଡ୍ରାଫ୍ଟ ପଲିସିକୁ ନେଇ ପ୍ରକାଶ ପାଇଛି ପ୍ରବଳ ଜନ ଅସନ୍ତୋଷ। ଡ୍ରାଫ୍ଟ ପଲିସି ଘର ଖଣ୍ଡେ ତୋଳିବାକୁ ଯୋଜନା କରିଥିବା ଲୋକଙ୍କ ସ୍ବପ୍ନକୁ ଧୂଳିସାତ କରିଦେଇଥିବା ଅଭିଯୋଗ ଉଠିଛି। ନୂଆ ଡ୍ରାଫ୍ଟ ପଲିସି ନେଇ ଆମେ ବିଭାଗୀୟ ମନ୍ତ୍ରୀଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନି। ତେବେ ପ୍ରବଳ ଜନ ଅସନ୍ତୋଷ ଓ ବିରୋଧ ଭିତରେ ଡ୍ରାଫ୍ଟ ପଲିସିର ଭବିଷ୍ୟତ କଣ ହେଉଛି ଦେଖିବାର କଥା।

Advertisment

(ଭୁବନେଶ୍ୱରରୁ ଜଗଦୀଶ ଦାଶ, ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ