Advertisment

ଖେଳନା ଭାବି ଧରିବା ପରେ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା କୁନି ଝିଅର ଜୀବନ

ଖେଳୁ ଖେଳୁ କିଏ ଜାଣିଥିଲା କି ଚାଲିଯିବ କୁନି ଝିଅର ଜୀବନ...

ଅଦ୍ୟତନ ହୋଇଛି
snake bite

snake bite

Advertisment

ମୃତ୍ୟୁ ଏମିତି ବି ଆସେ । କବାଟ କଣରେ ଛକି ବସିଥିଲା ମୃତ୍ୟୁ । ଖେଳୁ ଖେଳୁ କୁନି ଝିଅକୁ କାମୁଡି ଦେଲା ବିଷାକ୍ତ ସାପ । ୨୪ ଘଣ୍ଟା ଭିତରେ ଚାଲିଗଲା ନୀରିହ ନିଷ୍ପାପ ଶିଶୁ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ ଗଞ୍ଜାବାହାଲ ଗାଁରେ । ଏକମାତ୍ର ଝିଅକୁ ହରାଇବା ପରେ ବାପାମା’ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ ।   

Advertisment

ଗତକାଲି ରାତି ପ୍ରାୟ ଆଠଟା ବେଳେ ଡୋଲାମଣି ସଗରିଆଙ୍କ ତିନି ବର୍ଷର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିବା ସମୟରେ ଏହି ଅଘଟଣ ଘଟିଛି । ଛୋଟ ଝିଅ ଜାଣିନଥିଲା, ତା ପାଇଁ କବାଟ କଣରେ ଛକି ବସିଛି ମୃତ୍ୟୁ । କେତେବେଳେ ଯେ, କବାଟ କଣକୁ  ଏକ ଛୋଟ ସାପ ଚାଲିଆସିଥିଲା ସେ ବିଷୟରେ କାହାକୁ ଜଣାନଥିଲା । ସାପକୁ ଖେଳଣା ଭାବି ହାତରେ ଧରିବାକୁ ଚେଷ୍ଟା କରୁ କରୁ ହଠାତ କାମୁଡି ଦେଇଥିଲା ବିଷାକ୍ତ ସାପ ।

ତେବେ ପରିବାର ଲୋକେ ଜାଣିବା ପରେ ତୁରନ୍ତ ତାକୁ ଖଡିଆଲ ହସ୍ପିଟାଲ ଏବଂ ପରେ କଣ୍ଟାବାଞ୍ଜି ହସ୍ପିଟାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଅକୁ ବଲାଙ୍ଗିର ରେଫର କରିଥିଲେ । ହେଲେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅର ଆଜି ସକାଳେ ମୃତ୍ୟୁ ହୋଇଛି । ଏକମାତ୍ର ଝିଅକୁ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେପଟେ ବିଷାକ୍ତ ଚିତି ସାପକୁ ପରିବାର ଲୋକେ ଏକ ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରି ରଖିଥିବା ଜଣାପଡିଛି ।

Advertisment

(ରିପୋର୍ଟ- ଘଟେଶ୍ୱର ମିଶ୍ର, ବଲାଙ୍ଗୀର)

Snake Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ