Advertisment

ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା : ଆତ୍ମାହୂତି ଘଟଣା ଏଡ଼ାଇବାକୁ ପୋଲିସ ସଜାଗ

କାଲିଠୁ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ଡିଜିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ବିଧାନସଭା ଭିତରେ ଏବଂ ବିଧାନସଭା ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାପୂର୍ବରୁ ଆଜି ଏହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସୁରକ୍ଷା ବ୍ୟବସ୍ଥାକୁ ନେଇ ସେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି ।

Advertisment

ତେବେ ଡିଜିପିଙ୍କ ସମୀକ୍ଷା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ନେଇ ସୂଚନା ଦେଇଛନ୍ତି । ଅଧିବେଶନ ପାଇଁ ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତାସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଯେଉଁଥିରେ ଅଛନ୍ତି ୬ ଅତିରିକ୍ତ ଏସପି, ୧୧ ଏସିପି, ୧୩ ଇନ୍ସପେକ୍ଟର ଏବଂ ୬୨ ଅଫିସର ।

ସେହିପରି ବିଧାନସଭା ସହ ସଂଲଗ୍ନ ସମସ୍ତ ମାର୍ଗରେ ସାଧାରଣ ଗମନାଗମନ ଉପରେ କଟକଣା ଜାରି କରାଯାଇଛି ।  ହାଉସିଂ ବୋର୍ଡ ସ୍କୋୟାରରୁ ଆସୁଥିବା ଯାନବାହାନ ଗୁଡିକ କେଶରୀ ଟକିଜ୍ ଛକରୁ ବାମ କଡ଼ କାଟି ଡାଇଭର୍ସନ ନେବ । ସେହିପରି ଏଜି ଛକରୁ PMG ସ୍କୱାର ଆଡ଼କୁ ଆସୁଥିବା ଯାନବାହାନ ଗୁଡିକ ଜୟଦେବ ଭବନରୁ ଡାହାଣକୁ ଯାଇ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାରେ ଯିବେ । ମାଷ୍ଟର କ୍ୟାଣ୍ଟିନ ପଟୁ ଅପର ପିଏମ୍‌ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ଲୋୟର ପିଏମ୍‌ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ।

Advertisment

କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ।  ୧୨୦ ବାଟାଲିୟନ ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ପାୱାର ହାଉସ୍ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମ୍‌ଏଲ୍‌ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ।

ଆଉ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତୀକ୍ଷ୍ଣ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ୫ଟି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୋଲିସ କମିଶନର । ଅଧିବେଶନ ସମୟରେ ବେଳେବେଳେ ଆତ୍ମାହୂତି ଉଦ୍ୟମ ଘଟଣା ସାମ୍ନାକୁ ଆସୁଥିବାରୁ ଏହାକୁ ଏଡ଼ାଇବାକୁ ସବୁ ଜିଲ୍ଲାର ଏପସିଙ୍କ ସହ କଥା ହୋଇଛୁ ବୋଲି ସିପି କହିଛନ୍ତି ।

Advertisment
Odisha Assembly Winter Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ