Police van Accident
ନିର୍ବାଚନ ମାହୋଲ ଭିତରେ ଆସିଲା ବଡ଼ ଦୁଃଖଦ ଖବର । ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଖି ପିଛୁଳାକେ ଚାଲିଗଳା ୩ ପୋଲିସଙ୍କ ନୀରିହ ଜୀବନ । ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ପାପଡ଼ାହାଣ୍ଡି ଥାନା ସୋରିଷପଦର ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଖବର ଅନୁଯାୟୀ ୩ୟ ପର୍ଯ୍ୟାୟ ମତଦାନ ପାଇଁ ନବରଙ୍ଗପୁରରୁ କୋଷାଗୁମୁଡ଼ା ଯାଉଥିଲେ ପୋଲିସ କର୍ମୀ । ହଠାତ୍ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାଙ୍କ ଗାଡ଼ି । ସମସ୍ତ ଆହତ ପୋଲିସ କର୍ମୀଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645202669.jpg)