ବଣାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ବାପା, ମାଆ ଓ ୩ ବର୍ଷର ଝିଅ ମୃତ

ରାସ୍ତାରେ ଛକି ବସିଥିଲେ ଯମଦୂତ । ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅର ଚାଲିଗଲା ଜୀବନ ।

aajtak

 

ବଡ଼ ଧରଣର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଉଜୁଡ଼ିଗଲା ସଂସାର । ସୁନ୍ଦର ଗଡ଼ ଜିଲ୍ଲା କେବଳଙ୍ଗ ଥାନାର ଲହଙ୍ଗାପଡା ଠାରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ବର୍ଷର ବଡ଼ ଝିଅ ଗୁରୁତର ହୋଇଛନ୍ତି । ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

ସକାଳେ ବାପା, ମାଆ ଓ ଦୁଇ ଝିଅ ବାଇକରେ ନିଜ ଘରକୁ ଫେରୁଥିଲେ । ରାସ୍ତାରେ ଲହଙ୍ଗାପଡ଼ା ପାଖରେ ବାଇକଟି ଡିଭାଇଡରରେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ୩ ବର୍ଷର ସାନ ଝିଅର ମୃତ୍ୟୁ ହୋଇଥିଲା ।

ତେବେ ବାପା ମାଆ ଓ ବଡ଼ ଝିଅଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ବାପା ମାଆଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବଡ଼ ଝିଅଙ୍କୁ ରାଉରକେଲା ନିଆଯାଇଛି ।