Advertisment

ଭୋର ସମୟରେ ମର୍ମନ୍ତୁଦ ଦୁର୍ଘଟଣା: ପଛକୁ ପଛ ପିଟିହେଲା ଗାଡ଼ି, ୩ ମୃତ

ପଛକୁ ପଛ ଗାଡ଼ି ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Accident In Balasore

3 Killed In Road Accident Involving Two Cars And Oil Tanker In Balasore

Advertisment

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ିରିଣୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଛକୁ ପଛ ଗାଡ଼ି ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। 

Advertisment

ସୂଚନା ଅନୁସାରେ, ଗୋଟିଏ ତେଲ ଟ୍ୟାଙ୍କର ଭଦ୍ରକରୁ ବାଲେଶ୍ୱର ଯିବାବେଳେ ଏକ ସ୍କର୍ପିଓ ସହିତ ଧକ୍କା ହୋଇଥିଲା। ଏହାପରେ ଟ୍ୟାଙ୍କରଟି  ପୁଣି ଏକ କାର୍‌ ସହ ଧକ୍କା ହୋଇଥିଲା। ଫଳରେ ପଛକୁ ପଛ ଗାଡ଼ି ପିଟି ହେବା ଯୋଗୁ ୩ ଜଣଙ୍କ ଜୀବନ ଚାଲି ଯାଇଛି। ଆହତ ୫ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ମୃତଦେହକୁ ସୋର ମେଡିକାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ