ଯାତ୍ରା ଦେଖିବା ପାଇଁ ଯାଇଥିଲେ, ହେଲେ ରାସ୍ତାକଡ଼ରୁ ମିଳିଲା ମୃତଦେହ

ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏଥିରେ ୨ ଜଣ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଓ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

3 Killed In Road Accident In Odisha

ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏଥିରେ ୨ ଜଣ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଓ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନଦୀଗାଁ ଛକ ନିକଟରେ ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ- ନଦୀଗାଁ ପଞ୍ଚାୟତ କାନପୁର ଗାଁର ସୁକୁଟା ସିଂ(୧୩) ଓ ଚକଡ଼ ସିଂ(୧୭)। ଗତକାଲି ବିଳମ୍ବିତ ରାତିରେ ଯୁବକ ୨ ଜଣ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସେହିପରି ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥର ବଥର୍ଲା ଛକ ନିକଟରେ ଛିଡା ହୋଇଥିବା ଏକ ଡମ୍ପର ପଛରେ ବାଇକ୍‌ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି।  ଫଳରେ ଘଟଣାସ୍ଥଳରେ ଟିକପାଲିର ଗାଁର ଚୈତନ୍ୟ ବାରଲେଣ୍ଡିଆଙ୍କ ମୃତ୍ୟୁ ହୋଇ ଥିବାବେଳେ ଭାଟିଶାଳପଡାର ଗୁରୁବାରୁ ଠେଲା ଓ କାଦେପଡାର ତପନ ଷାଣ୍ଡ ଗୁରୁତର ଆହତ ହୋଇଛନ୍ତି। 

 

ସୂଚନା ଅନୁସାରେ, ବାଇକ୍‌ରେ ଚୈତନ୍ୟ, ଗୁରୁବାରୁ ଓ ତପନ ଯୁଗିମୁଣ୍ଡାରୁ ପାଟଣାଗଡ଼ ଯାଉଥିଲେ। ପାଟଣାଗଡ଼ ଭାନସାଗାର ପୋଖରୀ ସ୍ଥିତ ୪୨ ନମ୍ବର ରାଜପଥରେ ଛିଡା ହୋଇଥିବା ଏକ ଡମ୍ଫର ପଛରେ ସେମାନଙ୍କର ବାଇକ୍ ଜୋରରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚଲାଉ ଥିବା ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଗୁରୁବାରୁ ଓ ତପନ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ୩ ଯୁବକଙ୍କୁ ପାଟଣାଗଡ ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁବାରୁ ଓ ତପନଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ।