3 including a minor boy critical after drinking water from a water kiosk
ପାଣି ନାଁରେ ବି ବିଷ । ଖରା ତାତିରୁ ରକ୍ଷା ପାଇବା ପାଇଁ ରଖାଯାଉଥିବା ଜଳଛତ୍ରରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଏମଭି ୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତର ଏମ୍ଭି ୪୯ ଗାଁରେ ଏହି ଅଘଟଣ ଘଟିଛି । ଜଳଛତ୍ର ମାଠିଆରୁ ବିଷାକ୍ତ ପାଣି ପିଇ ୩ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଜଳଛତ୍ର ମାଠିଆରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଜଳଛତ୍ରରୁ ପାଣି ପିଇ ଜଣେ ନାବାଳକ ସମେତ ୩ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଗୁରୁତରଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି ।
ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଗ୍ରୀଷ୍ମ ପ୍ରଭାବ । ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ଏନେଇ ଲୋକମାନେ ଛତା, ଜଳଛତ୍ର ଆଦି ଉପରେ ନିର୍ଭର କରି ରହିଥାନ୍ତି । ଏହିପରି ସ୍ଥିତିରେ ଜଳଛତ୍ରରେ ବିଷ ମିଶାଇବା ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650515949.jpg)