Advertisment

ଜନ୍ମନେଲା ତିନି ଆଖିଆ ବାଛୁରୀ; ଲୋକେ ଭୋଳେନାଥ ଭାବି ପୂଜିଲେ

ଏକ ଜର୍ସି ଗାଈ ଅଜବ ବାଛୁରୀକୁ ଜନ୍ମ ଦେଇଛି। ଏହି ବାଛୁରୀର ତିନୋଟି ଆଖି ଥିବାବେଳେ ଲାଞ୍ଜ ଜଟା ଭଳି ହୋଇଛି। ଲୋକେ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରୁଛନ୍ତି।

ଅଦ୍ୟତନ ହୋଇଛି
3 eyed calf went viral

3 eyed calf went viral

Advertisment

ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏକ ଜର୍ସି ଗାଈ ଏକ ତିନି ଆଖିଆ ବାଛୁରୀକୁ ଜନ୍ମ ଦେଇଛି। ଏହି ଅଦ୍ଭୁତ ବାଛୁରୀକୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଗାଁରେ ଜମା ହେଉଛନ୍ତି। ଯେଉଁମାନଙ୍କର ଈଶ୍ୱରଙ୍କଠାରେ ବିଶ୍ୱାସ ଅଛି ସେମାନେ ମଧ୍ୟ ବାଛୁରୀକୁ ପୂଜା କରୁଛନ୍ତି ଏବଂ ଟଙ୍କା ଦାନ କରୁଛନ୍ତି। ଜାନୁଆରୀ ୧୪ ସନ୍ଧ୍ୟା 7 ଟା ସମୟରେ ଗାଈଟି ଏହି ବାଛୁରୀକୁ ଜନ୍ମ ଦେଇଛି। ଏହି ଦିନ ମକର ସଂକ୍ରାନ୍ତି ହୋଇଥିବାରୁ ବାଛୁରୀ ପ୍ରତି ଲୋକଙ୍କ ବିଶ୍ୱାସ ଗଭୀର ହେବାରେ ଲାଗିଛି।

Advertisment

ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ଲୋକମାନେ ଏହି ତିନି ଆଖିଆ ବାଛୁରୀକୁ ଦେଖିବା ପାଇଁ ଏକ ଧାଡିରେ ଠିଆ ହୋଇଥିଲେ। ଗ୍ରାମବାସୀମାନେ ଏହାକୁ ଭୋଳେନାଥଙ୍କ ସ୍ୱରୂପ ମାନି ଧୂପ, ଦୀପ, ନଡ଼ିଆ ସହ ଟଙ୍କା ମଧ୍ୟ ଦେଉଛନ୍ତି। ଜିଲ୍ଲାର ଗଣ୍ଡାଇ କ୍ଷେତ୍ରର ଗ୍ରାମପଞ୍ଚାୟତ ବୁନ୍ଦେଲିର ଆଶ୍ରିତ ଗାଁ ଲୋଧି ନୱାଗାଁଓରେ ଏହି ବାଛୁରୀର ଜନ୍ମ ହୋଇଛି।

ରାଜନନ୍ଦଗାଓଁ ଜିଲ୍ଲାର ଲୋଧି ନୱାଗାଁଓର ହେମନ୍ତ ଚାନ୍ଦେଲ କୃଷି ଛଡା ଗାଈ ପାଳନ ମଧ୍ୟ କରନ୍ତି। ସେ ଏକ ଜର୍ସି ଗାଈ ପାଳିଛନ୍ତି। ମକର ସଂକ୍ରାନ୍ତି ଦିନ, ସନ୍ଧ୍ୟା ପ୍ରାୟ ୭ ଟାରେ, ଏହି ଗାଈଟି ତିନି ଆଖିଆ ଗୋଟିଏ ବାଛୁରୀକୁ ଜନ୍ମ ଦେଇଥିବା ବେଳେ ଗୋଟିଏ ଆଖି ମୁଣ୍ଡର ମଝିରେ ଅଛି। କୁହାଯାଏ ଯେ ଏହାର ନାକରେ ଦୁଇଟି ବଦଳରେ ଚାରିଟି ଛିଦ୍ର ଅଛି। ଲାଞ୍ଜ ମଧ୍ୟ ଜଟା ଭଳି ହୋଇଛି। ଏହି ଖବର ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପିଯିବାରୁ ଏହାକୁ ଦେଖିବା ନେଇ ପ୍ରବଳ୍ ଭିଡ ଲାଗିଛି।

Advertisment

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଅଞ୍ଚଳରେ ଏପରି ଘଟଣା ପ୍ରଥମ। ତେବେ ଧାର୍ମିକ ବିଶ୍ୱାସ ସହିତ ସଂଯୋଗ କରି ଅଧିକାଂଶ ଲୋକ ବାଛୁରୀଟିକୁ ଦେଖୁଛନ୍ତି। ଗାଈ ପାଳକ ନୀରଜ ଚାନ୍ଦେଲ କହିଛନ୍ତି ଯେ ବାଛୁରୀକୁ ଦେଖିବା ପରେ ମଧ୍ୟ ବିଶ୍ୱାସ କରିବା କଷ୍ଟକର। ଏହାକୁ ଦେଖିବା ପାଇଁ ନିକଟସ୍ଥ ଗାଁର ଲୋକମାନେ ରୁଣ୍ଡ ହେଉଛନ୍ତି। ବାଛୁରୀର ଚେକ୍‌ଅପ୍ ସ୍ଥାନୀୟ ପଶୁ ଚିକିତ୍ସକଙ୍କ ଦ୍ୱାରା କରାଯାଇଛି। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିବା କୁହାଯାଇଛି।

ବାଛୁରୀର ଜନ୍ମ ଖବର ନିଆଁ ପରି ମାଡିଯାଇଥିଲା। ଏହାପରେ ଲୋକମାନେ ଉତ୍ସାହର ସହିତ ଏହାକୁ ଦେଖିବାକୁ ଛୁଟୁଛନ୍ତି। ବାଛୁରୀର ତିନୋଟି ଆଖି ହେତୁ ଏହା ମଧ୍ୟ ସେମାନଙ୍କ ମଧ୍ୟରେ ଧାର୍ମିକ ଭାବନା ସୃଷ୍ଟି କରୁଛି। ଲୋକମାନେ ପୂଜା ଅର୍ଚ୍ଚନା କରିବା ସହି ଟଙ୍କା ଦାନ ମଧ୍ୟ କରୁଛନ୍ତି। ତେବେ ଅତୀତରେ ତିନି ଗୋଡ, ତିନି କାନ, ଦୁଇ ମୁଣ୍ଡ ଥିବା ପଶୁମାନଙ୍କର ଜନ୍ମ ହେବାର ଘଟଣା ଘଟିଛି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ