25 passengers sustain injuries after the bus they were travelling in overturns
ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥରେ ବସ୍ ଓଲଟି ୨୫ ଜଣ ଆହତ ହୋଇନ୍ତି। ପେଟ୍ରୋଲ ପମ୍ପ ନିକଟରେ ବସ୍ଟି ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
( ଆହତ ଯାତ୍ରୀ)ସୂଚନା ଅନୁସାରେ, ବସ୍ଟି ୪୮ ଜଣ ଯାତ୍ରୀଙ୍କୁ ନେଇ ଚେନ୍ନାଇରୁ ପୁରୀ ଆସିଥିଲା। ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ରମ୍ଭା ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡ଼ିଥିଲା। ଖବର ପାଇ ରମ୍ଭା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ପଠାଇଥିଲେ।
NH ମରାମତି କାମ ଚାଲିଥିବା ବେଳେ ଭାରସାମ୍ୟ ହରାଇ ଚେନ୍ନାଇରୁ ଆସିଥିବା ଏହି ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650771343.jpg)