ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି ।

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

News Summary

ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ

୬୬୨ ଜଣ ଉତ୍କୃଷ୍ଟ ସେବା, ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ

୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ । ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟରୁ ୨ ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନୀତ ହୋଇଛନ୍ତି ।

ସେହିପରି ସାହସିକତା ମେଡାଲ ପାଇବାକୁ ମନୋନୀତ ହୋଇଥିବା ୧୮୯ ଜଣଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ-କଶ୍ମୀରରେ ନିଜର ପରାକ୍ରମ ଦେଖାଇଛନ୍ତି । ନକ୍ସଲଙ୍କ ବିରୋଧରେ ଅପରେସନ କରୁଥିବା ୪୭ ଓ ଉତ୍ତର-ପୂର୍ବ ରିଜନରେ ବୀରତା ଦେଖାଇଥିବା ଜଣେ କର୍ମଚାରୀଙ୍କୁ ସାହସିକତା ପଦକ ମିଳିବ ।  ଜମ୍ମୁ-କଶ୍ମୀର ପୋଲିସ୍‌ର ସର୍ବାଧିକ ୧୧୫ ଜଣଙ୍କୁ ସାହସିକତା ପାଇଁ ପୁରସ୍କାର ମିଳିବ। ୧୫ ଜଣଙ୍କୁ ଉତ୍କୃଷ୍ଟ ସେବା ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ ।

ଏହାସହ ସିଆରପିଏଫର ୩୦ ଜଣ, ଆଇଟିବିପର ୩ ଜଣ, ବିଏସ୍ଏଫର ୨ ଜଣ, ସଶସ୍ତ୍ର ସୀମା ବଳର ୩ ଜଣ, ଛତିଶଗଡ଼ ପୁଲିସ୍‌ର ୧୦ ଜଣ, ଓଡ଼ିଶାର ୯ ଜଣ, ଦିଲ୍ଲୀର ୩ ଜଣ, ଝାରଖଣ୍ଡର ୨ ଜଣ, ମଧ୍ୟପ୍ରଦେଶର ୩ ଜଣ, ମଣିପୁରର ଜଣେ, ଉତ୍ତର ପ୍ରଦେଶର ଜଣେ ଓ ମହାରାଷ୍ଟ୍ର ପୁଲିସ୍‌ର ୭ ଜଣଙ୍କୁ ସାହସିକତା ପାଇଁ ମେଡାଲ ପ୍ରଦାନ କରାଯିବ ।