Advertisment

୨୦୨୪ ପାଇଁ ଗୌହାଟୀରେ ହେଲା ପ୍ଲାନ୍‌; ଓଡ଼ିଶାରେ ହେବ ଇମ୍ପଲିମେଣ୍ଟ… !

ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ । ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଆରମ୍ଭ ହେଲା ଷ୍ଟ୍ରାଟେଜି । କେନ୍ଦ୍ରରେ ହାଟ୍ରିକ୍ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ ।

ଅଦ୍ୟତନ ହୋଇଛି
undefined

2024 Lok Sabha polls

Advertisment

ବିଜେପିର ମିଶନ୍ ଓଡ଼ିଶା ପାଇଁ ଗୌହାଟୀରେ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ରାଜ୍ୟରେ ବିଜେପି ସରକାର ଓ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ପାଇଁ ହୋଇଛି ମାନସମନ୍ଥନ ।

Advertisment

ରାଜ୍ୟର ରାଜନୈତିକ ସ୍ଥିତି, ସଙ୍ଗଠନ ମଜଭୁତ ଓ ୯ ବର୍ଷର ମୋଦି ସରକାରଙ୍କ ସଫଳ ବାର୍ତ୍ତା ନେଇ ଚାଲିଥିବା ମହାଜନସଂପର୍କ ଅଭିଯାନ ଉପରେ ଗୌହାଟୀ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ନେଇ ଆୟୋଜିତ ଆଜିର ବୈଠକରେ ଆଗକୁ କଣ ଷ୍ଟ୍ରାଟେଜି ରହିବ ସେନେଇ ଟାସ୍କ ବି ଦିଆଯାଇଛି । ହେଲେ କଂଗ୍ରେସ ଓ ବିଜେଡି କହିଛନ୍ତି ଏହାର କୌଣସି ପ୍ରଭାବ ଓଡିଶାରେ ପଡ଼ିବ ନାହିଁ ।

ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ । ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଆରମ୍ଭ ହେଲା ଷ୍ଟ୍ରାଟେଜି । କେନ୍ଦ୍ରରେ ହାଟ୍ରିକ୍ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଖାଲି ସେତିକି ନୁହେଁ, ଯେଉଁ ସବୁ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ ସେଠି ବି ପଦ୍ମ ଫୁଟାଇବାକୁ ହୋଇଛି ମାନସମନ୍ଥନ । ଗୌହାଟୀରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରଘୁବର ଦାସ, ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନିଲ ବଂଶଲ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମତେ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Advertisment

ଗୋଟିଏ ପରେ ଗୋଟିଏ ରାଜ୍ୟର ପ୍ରତିନିଧି ସେମାନଙ୍କ ରାଜ୍ୟର ରାଜନୈତିକ ସ୍ଥିତି ଓ ସଙ୍ଗଠନ ସଂପର୍କରେ ଦେଇଥିଲେ ପ୍ରେଜେଣ୍ଟେସନ । ବିଜେପି ଫୋକସରେ ଥିବା ଓଡ଼ିଶା ଉପରେ ହୋଇଥିଲା ବିଶେଷ ଆଲୋଚନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଓଡ଼ିଶା ସହପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଯୋଗ ଦେଇ ରାଜ୍ୟର ସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନ କରିଥିଲେ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିପରି ଅଧିକ ସିଟ୍ ପାଇବ ଓ ରାଜ୍ୟରେ ସରକାର ଗଠନ କରିବ ସେ ନେଇ ଆଲୋଚନା ହୋଇଛି।

ରାଜ୍ୟର ରାଜନୈତିକ ଓ ଦଳର ସାଂଗଠନିକ ସ୍ଥିତି ବ୍ୟତୀତ ୯ ବର୍ଷରେ ମୋଦି ସରକାରଙ୍କ ସଫଳ ବାର୍ତ୍ତା ନେଇ ଚାଲିଥିବା ମହାଜନସଂପର୍କ ଅଭିଯାନର କାର୍ଯ୍ୟକ୍ରମ ଉପରେ ବି ଆଲୋଚନା ହୋଇଥିଲା । ଏଣେ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ହାରିଥିବା ୧୨ ଲୋକସଭା ସିଟ୍ ସହ ୮୪ ବିଧାନସଭା ଆସନ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ହେଉଛି । କୋରାପୁଟ ଆସନ ପାଇଁ ଅଲଗା ରଣନୀତି ହେବ ।

Advertisment

ସେପଟେ ବିଜେପିର ଏହି ବ୍ଲୁ ପ୍ରିଣ୍ଟକୁ ନେଇ ବିଜେଡି ଓ କଂଗ୍ରେସ କହିଛନ୍ତି ଏଭଳି ବୈଠକର କୌଣସି ପ୍ରଭାବ ରହିବ ନାହିଁ । ସାଧାରଣ ନିର୍ବାଚନକୁ ବର୍ଷରୁ ଆଉ କମ୍ ସମୟ ରହିଲା । ତେଣୁ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଛି । ଏସବୁ ଭିତରେ ଗୌହାଟୀ ବୈଠକରୁ ରାଜ୍ୟ ବିଜେପିକୁ କେତେ ବଳ ମିଳିବ ତା ଉପରେ ନଜର ରହିଛି ।

BJP Guwahati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ