Advertisment

ନାଳକୁ ଯାଉଥିବା ବେଳେ ୨ ମହିଳାଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି

ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବ୍ରହ୍ମପୁର: ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଗୋକର୍ଣ୍ଣପୁର ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ତମାଳ ବିନ୍ଧାଣୀ (୫୦) ଓ ଚିନାରୀ ବାଙ୍ଗାରୀ ପାତ୍ର (୬୦)। 

Advertisment

ସୂଚନା ଅନୁସାରେ, ତମାଳ ଓ ଚିନାରୀ ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ। ଏହି ସମୟରେ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଅଜଣା ଗାଡ଼ି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବି କରି ଗାଁ ଲୋକେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପଟେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। 

Advertisment

ସୂଚନାଥାଉ କି, ଗତ ମାସରେ ଗଞ୍ଜାମ ଜିଲ୍ଲା କୋଟିନଡା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ୨ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସମ୍ପର୍କରେ ଏମାନେ ମାଉସୀ ଓ ଝିଆରୀ ବୋଲି ଜଣାପଡ଼ିଥିଲା। ଏମାନେ ୨ ଜଣ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ବେଳେ କେ.ଲଛମନପଲ୍ଲୀ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। 

Road Accident Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ