Advertisment

ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ

ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାବାରୁ ବଢୁଛି ଆଶଙ୍କା।

ଅଦ୍ୟତନ ହୋଇଛି
 tourists stranded in Nagabali

tourists stranded in Nagabali

Advertisment

ଟାପୁରେ ଫସିଲା ଜୀବନ। ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସି ରହିଥିଲେ ୨ ପର୍ଯ୍ୟଟକ। ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକ ପୋଡାପାଡ଼ି ଅଞ୍ଚଳର। ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍ ପାଣି ଆସିଯିବାରୁ ପର୍ଯ୍ୟଟକ ଦୁଇଜଣ ଫସିରହିଥିଲେ। ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ପର୍ଯ୍ୟଟକ ଫସିରହିଥିଲେ। ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାବାରୁ ଆଶଙ୍କା ବଢିଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିଲେ। ୩ ଘଣ୍ଟାର ଅପରେସନ୍‌ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। 

Advertisment

ସେଠାରେ ପଥର ଅଞ୍ଚଳର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖାଦେଇଥିଲା। ତେବେ ଉଦ୍ଧାର କାର୍ଯ୍ୟକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ