2 Members Of A Family Killed Reportedly Consuming Stale Food
ବିଷାକ୍ତ ଖାଦ୍ୟ ପାଇଁ ଉଜୁଡ଼ିଗଲା ପରିବାର ! ପୁଅ, ଝିଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବାପା-ମା’ ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ବୀରବରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏଥିରେ ବାପା,ମା’ଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଗୁରୁବାର ରାତିରେ ଗୋବିନ୍ଦ ପାତ୍ରଙ୍କ ପରିବାର ଏକାସଙ୍ଗେ ଅସୁସ୍ଥ ହୋଇପଡ଼ିଥିଲେ। ରାତିରେ କିଛି ଖାଇବା ପରେ ଗୋବିନ୍ଦ, ତାଙ୍କ ପତ୍ନୀ ଓ ସେମାନଙ୍କ ପୁଅ ଓ ଝିଅ ଅସୁସ୍ଥ ଅନୁଭବ କରିଥିଲେ। ସମସ୍ତଙ୍କୁ ମାଣିଆ ବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋବିନ୍ଦ ଓ ତାଙ୍କ ପତ୍ନୀ ଚିକିତ୍ସାଧୀନ ଅଛନ୍ତି। ସମସ୍ତେ ଚାଟ୍ ଖାଇଥିଲେ ବୋଲି ସୂଚନା ମିଳିଛି। ଖାଦ୍ୟ ବିଷାକ୍ତ ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି। ବାସି ଖାଦ୍ୟ ଯୋଗୁ ଏପରି ହୋଇଛି କିମ୍ବା ଗୋବିନ୍ଦଙ୍କ ପରିବାର ଆଉ କିଛି ଖାଇଥିଲେ ସେ ସମ୍ପର୍କରେ ଏବେ ଯାଏ ଜଣାପଡ଼ିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1662197988.jpg)