ମହଙ୍ଗା ପଡ଼ିଲା ବାଘ ଗଣନା, ଆକ୍ରମଣ କଲା ଭାଲୁ

ବାଘଗଣନା କରୁ କରୁ ଆଟାକ୍‌ କଲା ଭାଲୁ । ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ୨ ବନ ସୁରକ୍ଷାକର୍ମୀ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।

Bear Attack

ବାଘଗଣନା ବେଳେ ଭାଲୁ ଆକ୍ରମଣ । ବାଘଗଣନା ବେଳେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି । ୫ ଜଣିଆ ବନ ସୁରକ୍ଷା କର୍ମଚାରୀ ବାଘ ଗଣନା କରୁଥିଲେ । ୨ ଆହତ ବନ ସୁରକ୍ଷା କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଚାଲିଛି । ଶିମିଳିପାଳ ଅଭୟାରଣ୍ୟର ୧୬ ରେଜ୍‌ର ୧୭୩ ଟି ସ୍ଥାନରେ ବାଘଗଣନା ଚାଲିଛି । ପ୍ରାକ୍ମୌସୁମୀ ବାଘଗଣନା କାର୍ୟ୍ୟରେ ୫ ଶହରୁ ଅଧିକ ବନକର୍ମଚାରୀ ସାମିଲ ହୋଇଛନ୍ତି । କେବଳ ଶିମିଳିପାଳ ଅଭୟାରଣ୍ୟରେ ୮ ଦିନଧରି ଗଣନାକାର୍ଯ୍ୟ ଚାଲିବ । ଗତ ୬ ତାରିଖରୁ ବାଘଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଶେଷ ହେବ ।