Advertisment

ସିଲ୍‌ ହେଲା ଭୁବନେଶ୍ୱରରେ ଆଉ ୨ ବାର୍‌

ସିଲ୍‌ ହେଲା ଭୁବନେଶ୍ୱରରେ ଆଉ ୨ଟି ବାର୍‌। କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍‌ରେ ନାଚ, ଗୀତ ଓ ମଦର ଆସର ଚାଲିଥିବା ଖବର ପାଇ ବିଏମ୍‌ସି ଅଧିକାରୀ ଓ କମିଶନରେଟ୍ ପୋଲିସ ଚଢ଼ାଉ କରିଥିଲା।

2 Bars Sealed

2 Bars Sealed

Advertisment

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱରରେ ଆଉ ୨ଟି ବାର୍‌। ଶୁକ୍ରବାର ଭୁବନେଶ୍ୱରରେ ଏକ ବାର୍‌ରେ ପୋଲିସ୍‌ ରେଡ୍‌ କରିଥିବା ବେଳେ ଶନିବାର ରାତିରେ ଆଉ ୨ଟି ବାର୍‌ରେ ପୋଲିସ୍‌ ରେଡ୍‌ କରିଥିଲ। ଗତକାଲି ହୋଇଥିବା ରେଡ୍‌ରେ କମିଶନରେଟ୍ ପୋଲିସର ମିଳିତ ସ୍କ୍ୱାଡ୍ ୨ ବାର୍‌ର ମ୍ୟାନେଜରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

Advertisment

କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍‌ରେ ନାଚ, ଗୀତ ଓ ମଦର ଆସର ଚାଲିଥିବା ଖବର ପାଇ ବିଏମ୍‌ସି ଅଧିକାରୀ ଓ କମିଶନରେଟ୍ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ BMCର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଓ ପୋଲିସଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଜେଡିସି ଓ ପୋଲିସ ଅଧିକାରୀ ପ୍ରାୟ ୪୦ ମିନିଟ୍ ଧରି ଲିଫ୍ଟରେ ଅଟକ ରହିଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ ପରେ ଉଭୟ ବାର୍ ନାଁରେ ମାମଲା ରୁଜୁ ହୋଇଛି।

Advertisment

ସୂଚନାଥାଉ କି, ଶୁକ୍ରବାର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏମ୍ବାସି ବାର୍‌ରେ ପୋଲିସ୍‌ ରେଡ୍‌ କରିଥିଲା। କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି। କିଛି ଲୋକଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା ବି କରିଥିଲା। ଗତ କିଛି ଦିନ ଧରି ଭୁବନେଶ୍ୱରର ବିଭିନ୍ନ ବାର୍ ଉପରେ ଚଢାଉ ଜାରି ରହିଛି। ଗତକାଲି ମଧ୍ୟ ୪ଟି ବାର୍ ସିଲ୍ ହୋଇଥିଲା।

Bhubaneswar Bar Sealed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ