Advertisment

ଭାରସାମ୍ୟ ହରାଇ ଓଲଟିଲା ବସ୍; ୧୫ ଆହତ

ପୁଣି ବସ୍‌ ଓଲଟି ଯାତ୍ରୀ ଆହତ । ସୁନ୍ଦରଗଡ ଜିଲ୍ଲା ଝରିଆପାଲି ନିକଟରେ ବସ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।

15 passengers injured after the bus in which they were travelling overturns near Jhariapali

ସୂଚନା ଅନୁସାରେ, ଏକ ବସ୍‌ ହେମଗିରିରୁ ସୁନ୍ଦରଗଡ ଯାଉଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଛି । ବସ୍‌ଟି ଯାଉଥିବା ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଟ୍ରକକୁ ସାଇଡ୍ ଦେଉଥିବା ବେଳେ ଭାରସାମ୍ୟ ହରାଇ ବସ ଓଲଟି ପଡ଼ିଥିଲା । ଫଳରେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଗରୁତର ଅବସ୍ଥାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସର୍ଗିପାଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Advertisment

ସେହିପରି ଏହା ଆଜି ନୁହେଁ ଗତ ଏପ୍ରେଲ୍‌ ମାସ ୮ ତାରିଖରେ ମଧ୍ୟ ଏହିଭଳି ସମାନ ଘଟଣା ଘଟିଥିଲା । ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା ହୋଇଥିଲା । ବସ୍‌ଟି ଶ୍ରମିକଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଯାଉଥିବାବେଳେ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ହେଲେ ସୌଭାଗ୍ୟ ବଶତଃ ଦୁର୍ଘଟଣାରୁ ୩୦ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Bus Accident Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ