Advertisment

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧,୪୪୦ ଗ୍ରାମ ସୁନା ଜବତ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍‌ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।

ଅଦ୍ୟତନ ହୋଇଛି
MLA Pradeep Panigrahi House Raid

MLA Pradeep Panigrahi House Raid

Advertisment

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍‌ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।  

Advertisment

ସମ୍ପତ୍ତି ଆଟାଚ୍ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସହ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ମଧ୍ୟ ଭିଜିଲାନ୍ସ ପଦକ୍ଷେପ ନେଇଛି। ତଦନ୍ତ ବେଳେ ମିଳିଥିବା ଦସ୍ତାବିଜର ଯାଞ୍ଚ କରାଯାଉଛି।  ଭିଜିଲାନ୍ସ ଫାଇନାନ୍ସିଆଲ ଓ୍ୱିଙ୍ଗ୍‌ର ଅଧିକାରୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ କନ୍ସଲଟାଣ୍ଟ ସମସ୍ତ ଦସ୍ତାବିଜ୍ର ଯାଞ୍ଚ କରୁଛନ୍ତି।  

ସେହିପରି ମିଳିଥିବା ଇଲେ୍କ୍ଟ୍ରୋନିକ୍ସ ପ୍ରମାଣ ଓ ଦସ୍ତାବିଜ୍‌ର ଭିଜିଲାନ୍ସ ସାଇବର ସେଲ୍ ଯାଞ୍ଚ କରୁଛି। ଏହାସହ ଘଟଣାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି। ୨୩ ଘଣ୍ଟା ଧରି ପ୍ରଦୀପଙ୍କ ବାସଭବନ ସମେତ ୧୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଆଜି ସକାଳେ ଭିଜିଲାନ୍ସ ଟିମ୍‌ ତଦନ୍ତ ସାରି ପ୍ରଦୀପଙ୍କ ଘରୁ ବାହାରିଥିଲା। 

Advertisment
Vigilance Raid MLA Pradeep Panigrahi Ex BJD MLA Pradeep Panigrahi DA Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ