Advertisment

ମହାଦେବ ସ୍ୱପ୍ନରେ ଆସିଲେ...! ଏବେ ଗଛ ମୂଳରେ ଭବିଷ୍ୟତ କହୁଛନ୍ତି ୧୩ ବର୍ଷର ନାବାଳକ !

ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।

ଅଦ୍ୟତନ ହୋଇଛି
Astrologer

Astrologer

Advertisment

ଦେଖୁଛନ୍ତି ଲୋକଙ୍କ ହାତ, କହୁଛନ୍ତି ଲୋକଙ୍କ ଭୂତ ଭବିଷ୍ୟତ। ଶୂନ୍ୟବାଣୀ ହେଉଛି...ଲୋକଙ୍କୁ ସବୁ କହୁଛନ୍ତି। ଭଗବାନ ଶଙ୍କରଙ୍କର ତାଙ୍କ ଉପରେ ରହିଛି ଆଶୀର୍ବାଦ। ସେ ଯାହା କହୁଛନ୍ତି ସବୁ ସତ ହେଉଛି, ଅତୀତରୁ ଭବିଷ୍ୟତ ସବୁ ତାଙ୍କ ମୁହଁରେ। ଆଉ ବାବାଙ୍କ ଠାରୁ ନିଜର ଭାଗ୍ୟ ଜାଣିବାକୁ ଲୋକଙ୍କର ଏମିତି ଜମୁଛି ଭିଡ଼। 

Advertisment

ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚାନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ  ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।

ବୌଦ୍ଧ କଂଟାମାଳ ସୁର୍ଗାଭଟା ଖେତିପଡା ଗାଁର ୧୩ ବର୍ଷୀୟ ସ୍ୱାଧିନ ରଣାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ସ୍ୱାଧିନ ପାଖ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତ ୩୦ ତାରିଖରେ ହଠାତ ଭାଗବାନଙ୍କ ପାଖରୁ ବରଦାନ ପାଇଥିବା କହୁଛନ୍ତି ସ୍ୱାଧିନ । ଖାଲି କହୁଛନ୍ତି ତାହା ନୁହେଁ ବରଂ ପ୍ରତି ସୋମବାର ଓ ଶୁକ୍ରବାର ଘର ବାଡିପଟେ ଶିବଙ୍କ ପାଖରେ କରୁଛନ୍ତି ପୂଜାର୍ଚ୍ଚନା। ସପ୍ତାହର ଅନ୍ୟ ଦିନରେ ସେ ସ୍କୁଲ ଯାଉଥିବା ବେଳେ ସୋମବାର ଓ ଶୁକ୍ରବାର ଲୋକଙ୍କ ହାତ ଦେଖି କହୁଛନ୍ତି ଭୂତ ଓ ଭବିଷ୍ୟତ।

Advertisment

ସ୍ୱାଧୀନଙ୍କ ଏପରି ପୂଜା ଓ ଭବିଷ୍ୟତ ଗଣନାକୁ ନେଇ ତାଙ୍କ ବାପା କହିଛନ୍ତି, ପିଲାଟି ଦିନରୁ ସ୍ୱାଧୀନ ଠାକୁରଙ୍କୁ ପୂଜା କରୁଥିଲେ। ଏବେ ଆଶୀର୍ବାଦ ମିଳିଥିବାରୁ ଲୋକଙ୍କୁ ସାହାଯ୍ୟ କରୁଛି। ସେପଟେ କୁନି ବାବାଙ୍କ କଥା ସତ ହେଉଥିବା କହୁଛନ୍ତି ସ୍ଥାନୀୟ ଲୋକ। ନିଜର ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଏବେ ସ୍ୱାଧିନଙ୍କ ଘର ସାମ୍ନାରେ ଲାଗୁଛି ଭିଡ। ସ୍ଥିତି ଏମିତି ହେଲାଣି ଯେ ପ୍ରତି ସୋମବାର ଓ ଶୁକ୍ରବାର ତାଙ୍କ ଘର ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍‌...

(ସୋନପୁରରୁ ରବିନ୍ଦ୍ର ହୋତାଙ୍କ ରିପୋର୍ଟ)

Astrological Prediction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ