Advertisment

ନିର୍ବାଚନରେ ବ୍ୟସ୍ତ ଯୋଗୁ ପୁଅ କଥା ରଖିପାରିଲେନି ବାପା, ଶେଷରେ ବିରିୟାନୀ ପାଇଁ ଜୀବନ ହାରିଲା ପୁଅ...

ବାପା ନିର୍ବାଚନ ପାଇଁ ବ୍ୟସ୍ତ ରହିବା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ। ଶେଷରେ ବିରିୟାନୀ ପାଇଁ ପୁଅ ଜୀବନ ହାରିଛି।

13 Yr Old Boy Hangs Self For Biryani

13 Yr Old Boy Hangs Self For Biryani

Advertisment

ବାପା ବିରିୟାନୀ ନ ଆଣିବାରୁ ଜୀବନ ହାରିଲା ପୁଅ। ବାପା ନିର୍ବାଚନ ପାଇଁ ବ୍ୟସ୍ତ ରହିବା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ। ଶେଷରେ ବିରିୟାନୀ ପାଇଁ ପୁଅ ଜୀବନ ହାରିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗାଁର ମନୋରଞ୍ଜନଙ୍କ ପୁଅ ୧୩ ବର୍ଷର ପୁଅ ସତ୍ୟବ୍ରତ।

Advertisment

ସୂଚନା ଅନୁସାରେ, ବିରିୟାନୀ ଆଣିବା ଲାଗି ଗତ ୨ ଦିନ ହେବ ସତ୍ୟବ୍ରତ ବାପାଙ୍କୁ କହି ଆସୁଥିଲେ। ହେଲେ ମନୋରଞ୍ଜନ ୱାର୍ଡ ସଭ୍ୟ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନରେ ବ୍ୟସ୍ତ ଥିଲେ। ତେଣୁ ବ୍ୟସ୍ତତା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ। ଗତକାଲି ସତ୍ୟବ୍ରତ ବିରିୟାନୀ ଖାଇବା ପାଇଁ ଅଧିକ ଜିଦି ଧରିଥିଲେ। ହେଲେ କେହି ତାଙ୍କ କଥା ନଶୁଣିବାରୁ ଶେଷରେ ରାଗିକି ସତ୍ୟବ୍ରତ ଏକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି। 

ଗୁରୁତର ଅବସ୍ଥାରେ ସତ୍ୟବ୍ରତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପରେ ମୃତଦେହ ଅନ୍ତିମସଂସ୍କାର କରାଯାଇଥିଲା।

Advertisment
Suicide Bid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ