Advertisment

ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍‌: ବାତିଲ୍‌ ହେଲା ୧୨ଟି ଟ୍ରେନ୍‌, ୮ଟି ଟ୍ରେନର ଗତିପଥରେ ପରିବର୍ତ୍ତନ

ଅନୁଗୁଳ- ତାଳଚେର ରୋଡ୍ ରୁଟ୍‌ରେ ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଛି। ଏଥିଯୋଗୁଁ ଢେଙ୍କନାଳ-ସମ୍ବଲପୁର ରୁଟ୍‌ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍‌ର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି।

ଅଦ୍ୟତନ ହୋଇଛି
Goods Train Derails On Angul-Talcher Road  Route

Goods Train Derails On Angul-Talcher Road Route

Advertisment

ଅନୁଗୁଳ: ଅନୁଗୁଳ- ତାଳଚେର ରୋଡ୍ ରୁଟ୍‌ରେ ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଛି। ଏଥିଯୋଗୁଁ ଢେଙ୍କନାଳ-ସମ୍ବଲପୁର ରୁଟ୍‌ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍‌ର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି। ଏଥିଯୋଗୁ ୧୨ଟି ଟ୍ରେନ୍‌ ବାତିଲ କରାଯିବା ସହ ୮ଟି ଟ୍ରେନର ଗତିପଥ ବଦଳା ଯାଇଛି। ଗୋଟିଏ ଟ୍ରେନ୍‌ ଆଂଶିକ ବାତିଲ କରାଯାଇଛି।

Advertisment

ଗହମ ବୋଝେଇ ମାଲବାହୀ ଟ୍ରେନ୍‌ର ୯ଟି ବଗି ଓ ଇଞ୍ଜିନ ଲାଇନଚ୍ୟୁତ୍‌ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ବଡ ଧରଣର ଦୁର୍ଘଟଣା ହୋଇଥିଲେ ମଧ୍ୟ ଲୋକୋ ପାଇଲଟ ସମେତ ଅନ୍ୟ ଷ୍ଟାଫ ସୁରକ୍ଷିତ ଅଛନ୍ତି। 

ଜାଣନ୍ତୁ, ଆଜି କେଉଁ କେଉଁ ଟ୍ରେନ୍‌ ଗୁଡ଼ିକ ବାତିଲ ହୋଇଛି....

  • ରାଉରକେଲାରୁ 08105 ରାଉରକେଲା- ପୁରୀ ସ୍ପେଶାଲ୍ ଟ୍ରେନ୍‌
  • ପୁରୀରୁ 08106 ପୁରୀ-ରାଉରକେଲା ସ୍ପେଶାଲ୍
  • ଭୁବନେଶ୍ୱରରୁ 02862 ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍
  • ପୁରୀରୁ 02866 ପୁରୀ-ଏଲ୍‌ଟିଟି ସ୍ପେଶାଲ୍‌
  • ଭୁବନେଶ୍ୱରରୁ 08493 ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟର ସିଟି ସ୍ପେଶାଲ୍ 
  • ବଲାଙ୍ଗିରରୁ 08494 ବଲାଙ୍ଗିର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ 
  • ହାଟିଆରୁ 08451 ହାଟିଆ-ପୁରୀ ସ୍ପେଶାଲ୍ 
  • ପୁରୀରୁ 08452 ପୁରୀ-ହାଟିଆ ସ୍ପେଶାଲ୍ 
  • ପୁରୀରୁ 08425 ପୁରୀ-ଦୁର୍ଗ ସ୍ପେଶାଲ୍ 
  • ଦୁର୍ଗରୁ 08426 ଦୁର୍ଗ-ପୁରୀ ସ୍ପେଶାଲ୍
  • ରାଉରକେଲାରୁ 08127 ରାଉରକେଲା-ଗୁଣୁପୁର ସ୍ପେଶାଲ୍ 
  • ଆସନ୍ତାକାଲି ପାଇଁ ଗୁଣୁପୁରରୁ 08128 ଗୁଣୁପୁର-ରାଉରକେଲା ସ୍ପେଶାଲ୍‌ ଟ୍ରେନ୍‌ ବାତିଲ କରାଯାଇଛି।
Advertisment

ସେହିପରି ୮ଟି ଟ୍ରେନର ଗତିପଥ ବଦଳା ଯାଇଛି। ଜାଣନ୍ତୁ, କେଉଁ କେଉଁ ଟ୍ରେନ୍‌ର ଗତିପଥ ବଦଳା ଯାଇଛି...

Advertisment
  • ଗତକାଲି ଆନନ୍ଦ ବିହାରରୁ ଯାତ୍ରା ଆରମ୍ଭ କରିଥିବା 02814 ଆନନ୍ଦ ବିହାର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍‌ ବର୍ତ୍ତମାନ ଏହାର ଗତିପଥ ପରିବର୍ତ୍ତନ କରି ଚକ୍ରଧରପୁର-ଜାରୋଲି ଓ ଜାଖାପୁରା ଦେଇ ଚଳାଚଳ କରିବ।

  • ବିଶାଖାପାଟନମ୍‌ରୁ (ବର୍ତ୍ତମାନ ଖାଲିକୋଟରେ ଥିବା) 08503 ବିଶାଖାପାଟନମ୍-ଅମୃତସର ସ୍ପେଶାଲ୍‌ ଭିଜିଆନଗରମ୍-ରାୟାଗଡା-ଟିଟିଲାଗଡ-ସମ୍ବଲପୁର ଦେଇ ଚଳାଚଳ କରିବ

  • ଗତକାଲି ଦୁର୍ଗରୁ ଯାତ୍ରା ଆରମ୍ଭ କରିଥିବା 08426  ଦୁର୍ଗ-ପୁରୀ ସ୍ପେଶାଲ୍ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ

  • ଗତକାଲି ହାଟିଆରୁ ଯାତ୍ରା ଆରମ୍ଭ କରିଥିବା 08451 ହାଟିଆ-ପୁରୀ ତପସ୍ୱିନୀ ସ୍ପେଶାଲ୍‌ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ

  • ଏଲ୍‌ଟିଟିରୁ ୧୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା 02145 ଏଲ୍‌ଟିଟି-ପୁରୀ ସ୍ପେଶାଲ୍‌ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ

  • ବିକାନେର୍‌ରୁ ୧୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା 04709 ବିକାନେର୍‌-ପୁରୀ ସ୍ପେଶାଲ୍‌ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ

  • ଗତକାଲି ଗୁଣୁପୁରରୁ ଯାତ୍ରା ଆରମ୍ଭ କରିଥିବା 05128 ଗୁଣୁପୁର-ରାଉରକେଲା ସ୍ପେଶାଲ୍‌ ଏବେ ଭାୟା କପିଳାସ ରୋଡ୍‌-ଜାଖାରପୁରା-ଜାରୋଲି ଦେଇ ଚଳାଚଳ କରିବ

  • ପୁରୀରୁ ଗତକାଲି ଯାତ୍ରା ଆରମ୍ଭ କରିଥିବା 02037 ପୁରୀ ଅଜମୈର ସ୍ପେଶାଲ୍‌ ଏବେ ଭାୟା ଖୋର୍ଦ୍ଧା ରୋଡ୍‌-ଭିଜିଆନଗରମ୍‌-ରାୟଗଡ଼ା-ଟିଟିଲାଗଡ଼ ଦେଇ ଚାଚଳ କରିବ

ଅନ୍ୟପକ୍ଷେ, ଆଜି 02861 ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ ଟ୍ରେନ୍‌କୁ ଆଂଶିକ ଭାବେ ବାତିଲ୍‌ କରାଯାଇଛି। 

Odisha Train Cancelled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ