Advertisment

୧୧ OASଙ୍କ ବଦଳି, ପ୍ରକାଶ ପାଇଲା ବିଜ୍ଞପ୍ତି

୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି।

Government Of Odisha

Government Of Odisha

Advertisment

୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି। ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଥିବାବେଳେ କାର୍ତ୍ତିକ ମଣ୍ଡଳଙ୍କୁ ଭଦ୍ରକ ଭୂ-ଅଧିଗ୍ରହଣ ଅଧିକାରୀ, ରଘୁନାଥ ମୁଣ୍ଡାରୀଙ୍କୁ ଚିତ୍ରକୋଣ୍ଡା ବିଡିଓ, ରାମକୃଷ୍ଣ ନାୟକଙ୍କୁ ପୋଡ଼ିଆ ବିଡିଓ ଭାବେ ବଦଳି କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

Advertisment

ସେହିପରି ନିରଞ୍ଜନ ନାୟକଙ୍କୁ ଆନନ୍ଦପୁର ସେତୁ ପ୍ରକଳ୍ପର ଜୋନ୍‌ ଅଧିକାରୀ ଭାବେ ବଦଳି କରାଯାଇ ଥିବାବେଳେ ମହେନ୍ଦ୍ର କୁମାର ବଢ଼େଇଙ୍କୁ ନୂଆପଡ଼ା ଡେପୁଟି କଲେକ୍ଟର, କାବେରୀ ମୁଦୁଲିଙ୍କୁ ‘ମୋ-ସ୍କୁଲ୍‌’ ଅଭିଯାନର ଓଏସ୍‌ଡି, ଶ୍ରୀମନ୍ତ ମିଶ୍ରଙ୍କୁ ରାଜସ୍ୱ ପର୍ଷଦର ଅନୁସୂଚିବ, ସୋନାଲି ଚାନ୍ଦ ଓ ପ୍ରଶାନ୍ତ ତରାଇଙ୍କୁ କ୍ରୀଡା ବିଭାଗ ଓଏସ୍‌ଡି ଏବଂ ପ୍ରିୟଦର୍ଶିନୀ ଜେନାଙ୍କୁ କଟକ ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ପୁନଃ ଅବସ୍ଥାପିତ କରାଯାଇଛି।

Odisha Government OAS Transfers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ