Advertisment

କର୍କଟରେ ପୀଡିତ ଥିଲା ଝିଅ…କହିଲା ମୁଁ ବାହା ହେବି…ଶେଷ ଇଛା ପୂରଣ କଲେ ବାପାମାଆ

ମୃତ୍ୟୁ ପୂର୍ବରୁ ଜଣେ ଛୋଟ ଝିଅର ଏକ ଅଜବ ଇଛାକୁ ପୂରଣ କରି ବାପା ମାଆ ଏବେ ଚର୍ଚ୍ଚାରେ ଅଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ କର୍କଟ ରୋଗରେ ପୀଡିତ ଏହି ଝିଅ ତା’ ବାପାମାଆଙ୍କୁ ନିଜ 'ବିବାହ'ର ସ୍ୱପ୍ନ ବିଷୟରେ କହିଥିଲା। ଏହା ଶୁଣି ପ୍ରଥମେ ବାପାମାଆଙ୍କ ଆଖି ଲୁହରେ ଭିଜିଗଲା। ଆଉ ତା’ ପରେ…

ଅଦ୍ୟତନ ହୋଇଛି
10 year old girl gets married days before dying of cancer

10 year old girl gets married days before dying of cancer

Advertisment

ମଣିଷ ଯେତେବେଳେ ମୃତ୍ୟୁର ନିକଟତର ହୁଏ, ସେତେବେଳେ ତାଙ୍କର ଶେଷ ଇଚ୍ଛାକୁ ପୂରଣ କରିବା ଉଚିତ। ଏହି ବିଶ୍ୱାସ ଯୋଗୁଁ ଅନେକ ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ଇଛା ଯାହା ବି ଥାଉ ପୂରଣ କରିବା ପାଇଁ ଚେଷ୍ଟା କରନ୍ତି। ନିକଟରେ ମୃତ୍ୟୁ ପୂର୍ବରୁ ଜଣେ ଛୋଟ ଝିଅର ଏକ ଅଜବ ଇଛାକୁ ପୂରଣ କରି ବାପା ମାଆ ଏବେ ଚର୍ଚ୍ଚାରେ ଅଛନ୍ତି।

Advertisment

ମୃତ୍ୟୁର କିଛି ଦିନ ପୂର୍ବରୁ କର୍କଟ ରୋଗରେ ପୀଡିତ ଏହି ଝିଅ ତା’ ବାପାମାଆଙ୍କୁ ନିଜ 'ବିବାହ'ର ସ୍ୱପ୍ନ ବିଷୟରେ କହିଥିଲା। ଏହା ଶୁଣି ପ୍ରଥମେ ବାପାମାଆଙ୍କ ଆଖି ଲୁହରେ ଭିଜିଗଲା। ତା’ପରେ ସେମାନେ ନିଜକୁ ସମ୍ଭାଳିଲେ ଏବଂ ତାଙ୍କର ୧୦ ବର୍ଷର ଝିଅକୁ ଖୁବ୍ ଧୁମଧାମର ସହିତ ବିବାହ କଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଉତ୍ତର କାରୋଲିନାରେ ।

ଖବର ଅନୁଯାୟୀ, ଆମେରିକାର ଉତ୍ତର କାରୋଲିନାର ୧୦ ବର୍ଷର ଝିଅ ଏମ୍ମା ଏଡୱାର୍ଡସ୍‌ଙ୍କ ବାପାମାଆ ଝିର ଶେଷ ଇଛାକୁ ପୂରଣ କରିଥିଲେ। କର୍କଟ ରୋଗରେ ମୃତ୍ୟୁ ହେବାର କିଛି ଦିନ ପୂର୍ବରୁ 'ବିବାହ' କରିବାର ସ୍ୱପ୍ନକୁ ସାକାର କରିବାରେ ଏମ୍ମାଙ୍କୁ ସାହାଯ୍ୟ କରିଥିଲେ।

Advertisment

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ କର୍କଟ ରୋଗରେ ପୀଡିତ ଏମ୍ମା ଏଡୱାର୍ଡସ୍ ଏବଂ ଡାନିଏଲ୍ ମାର୍ଶଲ୍ ଖ୍ରୀଷ୍ଟୋଫର୍ 'ଡିଜେ' ୱିଲିୟମ୍ସ, ଜୁନିଅର୍ ଜୁନ୍ ୨୯ରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ। ଲ୍ୟୁକେମିଆରେ ପୀଡିତ ଥିବା ଏମ୍ମା ବିବାହର ମାତ୍ର ୧୨ ଦିନ ପରେ ମୃତ୍ୟୁବରଣ କରିଥିଲେ।

10 year old girl gets married days before dying of cancerଆଖି ଓଦା କରିଦେବ ବିବାହ ବେଳର ଏହି ଫଟୋ

ଏପ୍ରିଲ୍ ୨୦୨୨ରେ ଏମ୍ମା ଆକ୍ୟୁଟ୍ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିକା। ଆକ୍ୟୁଟ୍ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆ ହେଉଛି ଏକ ପ୍ରକାର କର୍କଟ ଯାହା ରକ୍ତ ଏବଂ ଅସ୍ଥି ମଜ୍ଜାକୁ ପ୍ରଭାବିତ କରିଥାଏ, ଯେଉଁଥିରେ ପିଲାମାନେ ଅଧିକ ସଂକ୍ରମିତ ହୋଇଥାନ୍ତି।

Advertisment

ଏମାଙ୍କ ବାପାମାଆ ଆଶା କରିଥିଲେ ଯେ ସେ କର୍କଟ ରୋଗରୁ ବଞ୍ଚିଯିବ। ତେବେ ରିପୋର୍ଟ ଅନୁଯାୟୀ, ଏମ୍ମାର ବାପାମାଆ ଜୁନ୍ ମାସରେ ନିଶ୍ଚିତ ହୋଇଥିଲେ ଯେ ତାଙ୍କ ଝିଅକୁ ହୋଇଥିବା ଏହି କର୍କଟ ଦୂରାରୋଗ୍ୟ। ସେ ଆଉ ମାତ୍ର କିଛି ଦିନ ବଞ୍ଚିପାରିବେ।

ଯେତେବେଳେ ସେମାନେ ତାଙ୍କ ଝିଅ ସହିତ କଥାବାର୍ତ୍ତା ଆରମ୍ଭ କଲେ, ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ବିବାହ କରିବାକୁ ଚାହୁଁଛି। ଏହା ପରେ ଏମ୍ମାଙ୍କ ମା’ ଏ ବିଷୟରେ ଡିଜେଙ୍କ ମା’ ସହିତ କଥା ହୋଇଥିଲେ ଏବଂ ପରେ ଉଭୟ ପରିବାର ଆଗକୁ ବଢିଥିଲେ। ଖୁବ୍ ଧୁମ୍‌ଧାମ୍‌ରେ ସେମାନଙ୍କ ବିବାହ ହୋଇଥିଲା। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ବିବାହର ଆୟୋଜନ ଦୁଇ ଦିନକୁ କମ ସମୟ ମଧ୍ୟରେ କରାଯାଇଥିଲା।

ଏମ୍ମାଙ୍କ ମା’ଙ୍କ ଅନୁସାରେ, ଗତ ବର୍ଷ ପର୍ଯ୍ୟନ୍ତ ତାଙ୍କ ଝିଅ ଏକ ସୁସ୍ଥ ପିଲା ପରି ଦେଖାଯାଉଥିଲେ। ଦିନେ ସେ ହଠାତ୍ ତଳେ ପଡିଗଲେ। ଏହ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କ ଗୋଡର ଅସ୍ଥିରେ କର୍କଟ ରୋଗ ଥିବା ଚିହ୍ନଟ କରିଥିଲେ। ଅନେକ ଦିନ ପୂର୍ବରୁ ଏହି କର୍କଟ ତାଙ୍କର ବହୁ କ୍ଷତି କରିସାରିଥିଲା। ଯାହା ଫଳରେ ତାଙ୍କ ହାଡରେ ବହୁ କ୍ଷତ ହୋଇ ଦୁର୍ବଳ ହୋଇଯାଇଥିଲା।

Cancer Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ