Boy Dies
କମ୍ପାନୀ ପାଇଁ ଫିଲିଂ ହୋଇଥିବା ବାଲିରେ ପୋତି ହୋଇ ଚାଲିଗଲା ନାବାଳକର ଜୀବନ । ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଛି ଏହି ଅଘଟଣ । ଷଣ୍ଡକୁଦ ଅଞ୍ଚଳର ମୁନା ମଲ୍ଲିକଙ୍କ ୧୦ ବର୍ଷର ପୁଅ ଶୁଭମ୍ ମଲ୍ଲିକ ଜଣେ ସାଙ୍ଗ ସହ ଏକାଠି ଖେଳୁଥିଲେ ।
ତେବେ ପାଣି ସହିତ ମିଶି ରହିଥିବା ବାଲିରେ ଗୋଡ ପଡିଯିବାରୁ ସେଠାରେ ଧିରେ ଧିରେ ପୋତି ହୋଇ ପଡିଥିଲା । ସାଙ୍ଗ ଜଣକ ମାଡଗାଳି ଭୟରେ କାହାକୁ କିଛି ନ କହି ଚୁପ ରହିଥିଲା । ଘରଲୋକେ ଦିନ ତମାମ ଶୁଭମକୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ସଂଧ୍ୟାରେ ଉକ୍ତ ବାଲିରେ ଖୋଜାଖୋଜି କରିବା ପରେ ନାବାଳକର ମୃତଦେହ ମିଳିଥିଲା ।
ଖବର ପାଇ ଜଟାଧାରମୁହାଣ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସେପଟେ ଶୁଭମର ପରିବାର ଲୋକ ପୁଅ ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ତେବେ ଏନେଇ ସଂପୃକ୍ତ କଂପାନୀ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Boy_Dies_1661490900.jpg)