Advertisment

ହ୍ୱାଟ୍ସଆପ୍‌ ହ୍ୟାକିଂରୁ ବର୍ତ୍ତିବାକୁ ୧୦ଟି ଉପାୟ

ବେଳେବେଳେ ଆପଣଙ୍କ ହ୍ୱାଟ୍ସଆପ୍‌କୁ ଅଜଣା ନମ୍ବରରୁ ମେସେଜ୍‌ ଆସୁଥାଇ ପାରେ ଲୋଭନୀୟ ମେସେଜ୍‌। ହୁସିଆର୍‌ ! ସେଥିରେ ହାତ ମାରିବେ ନାହିଁ। ନଚେତ୍‌ ଆପଣ ଠକାମିର ଶିକାର ହୋଇପାରନ୍ତି।

ଅଦ୍ୟତନ ହୋଇଛି
Protect Yourself From Whats App Hacked

Protect Yourself From Whats App Hacked

Advertisment

ସାଇବର ଠକମାନେ ଫୋନ୍‌ ନମ୍ବରରେ କଲ୍‌ କରି ଅନ୍‌ଲାଇନ୍‌ରେ ଲୁଟ୍‌ କରିବା ଅନେକ ଘଟଣା ସାମ୍ନାକୁ ଆସିଛି। ହେଲେ ଏବେ ହ୍ୟାକର୍‌ମାନେ ଫୋନ୍‌ ନମ୍ବର ହ୍ୟାକ୍‌ କରି ଲକ୍ଷାଧିକ ଟଙ୍କା ଲୁଟ୍‌ କରି ନେଉଛନ୍ତି। ଯଦି ଆପଣ ଏଥିପ୍ରତି ସାବଧାନ ନହେବେ, ତା’ହେଲେ ଆପଣଙ୍କ ଅଜାଣତରେ ଲୁଟ୍ ହୋଇପାରେ ଆପଣଙ୍କ କଷ୍ଟ ଅର୍ଜିତ ଧନ। ଏଥିପାଇଁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ନଚେତ୍‌ ସାଇବର ହ୍ୟାକର୍ସମାନେ ନିମିଷକେ ମଧ୍ୟରେ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି କରି ଦେଇପାରନ୍ତି।

Advertisment

ଜାଣନ୍ତୁ, ହ୍ୱାଟ୍ସଆପ୍‌ ହ୍ୟାକ୍‌ରୁ ବର୍ତ୍ତିବା ପାଇଁ କ’ଣ ସବୁ ସତର୍କତା ଅବଲମ୍ବନ କରିବେ....

  •  ମୋବାଇଲକୁ SMS କିମ୍ବା ହ୍ୱାଟ୍ସଆପ୍‌ ନମ୍ବରକୁ ମେସେଜ୍ ଆସିବ। ଯେଉଁଥିରେ ଲେଖା ହୋଇଥିବ, ମୁଁ ଭୁଲ୍‌ରେ ୬ ନମ୍ବର ବିଶିଷ୍ଟ ପାସ୍ଓ୍ୱାର୍ଡ ଆପଣଙ୍କ ମୋବାଇଲକୁ ପଠାଇ  ଦେଇଛି, ପ୍ଲିଜ୍ ମୋତେ ଦିଅନ୍ତୁ...। ଯଦି ଆପଣ ଏହା ଦେବେ ତେବେ ଆପଣଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍ ହେବା ସମ୍ଭାବନା ରହିଛି।
  •  ଗୋଟିଏ ‍QR କୋଡ୍ ଆସିବ ଓ ସ୍କାନ କଲେ ୨ ଲକ୍ଷ ଜିତିବେ ଯଦି ଏଭଳି କିଛି ଲେଖା ଆପଣଙ୍କ ମୋବାଇଲ୍‌କୁ ଆସେ ଓ ଯଦି ଆପଣ ଏହାକୁ ସ୍କାନ୍‌ କରୁଛନ୍ତି ତା’ହେଲେ   ଆପଣଙ୍କ କଲେ ହ୍ୱାଟ୍ସଆପ୍‌ ହ୍ୟାକ୍ ହୋଇପାରେ।
  • ପବ୍ଲିକ WiFi ଇଣ୍ଟରନେଟ୍ ବ୍ରାଉଜ୍ କଲେ ହ୍ୱାଟ୍ସଆପ୍‌ ହ୍ୟାକ୍ ହେବାର ସମ୍ଭାବନା ରହିଛି
  • ସାଧାରଣ ସ୍ଥାନରେ ଯଦି ମୋବାଇଲ୍ ଚାର୍ଜ କରୁଛନ୍ତି ତେବେ ନିଜ ଚାର୍ଜରରେ କରନ୍ତୁ
  • ଆପଣ ଯଦି ଫୋନ୍‌ କାହାକୁ ୩ ରୁ ୪ ମିନିଟ୍ ପାଇଁ ଦେଉଛନ୍ତି। ତା’ହେଲେ ସମ୍ପୃକ୍ତ ବ୍ୟକ୍ତି ହ୍ୱାଟ୍ସଆପ୍‌ ୱେବ୍‌କୁ ଆକ୍ସେସ୍ କରି ହ୍ୟାକ୍‌ କରିପାରନ୍ତି। ହ୍ୱାଟ୍ସଆପ୍‌ କିମ୍ବା ଏସ୍ଏମ୍ଏସ୍‌ରେ ଲିଙ୍କ୍ ଆସିବ। ଏହି ଲିଙ୍କ୍‌କୁ ଯଦି ଆପଣ କ୍ଲିକ୍‌ କରିବେ ତା’ହେଲେ ଏହା ନିର୍ଦ୍ଦିଷ୍ଟ ଆପ୍‌କୁ ଶୋ’ କରିବ। ଆଉ ଆପଣ ଏହାକୁ ଲୋଡ୍ କଲେ ହ୍ୟାକ୍ ହେବାର ସମ୍ଭାବନା ରହିଛି।
Advertisment

କେମିତି ବର୍ତ୍ତିବେ ଏଭଳି ହ୍ୟାକ୍‌ରୁ....

  • ସବୁବେଳେ Two-Step Verification ଅନ୍ କରନ୍ତୁ
  • ଅନାବଶ୍ୟକୀୟ ଲିଙ୍କ୍‌ କ୍ଲିକ୍ କରନ୍ତୁ ନାହିଁ
  • କାହାକୁ ମୋବାଇଲ ଦିଅନ୍ତୁ ନାହିଁ କି ଏସ୍ଏମ୍ଏସ୍ କୋଡ୍ ମାଗିଲେ ଦିଅନ୍ତୁ ନାହିଁ
  • ସନ୍ଦେହ ହେଲେ ତୁରନ୍ତ ନମ୍ବର ବ୍ଲକ କରନ୍ତୁ
  • ଅନଲାଇନ୍ ଆପ୍ ବ୍ୟବହାର ବେଳେ ସତର୍କ ରୁହନ୍ତୁ
Cyber Crime Social Account Hacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ