Advertisment

ମାଛ ମାରୁଥିବା ବେଳେ ଜଳିଗଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ମଝି ସମୁଦ୍ରରେ ମାଛ ଧରା ବୋଟ୍‌ରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତିଲା ୧୦ ମତ୍ସ୍ୟଜୀବୀଙ୍କ ଜୀବନ। ଆଜି ପୂର୍ବାହ୍ନରେ ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି।

Boat Catches Fire

Boat Catches Fire

Advertisment

ସମୁଦ୍ର ମଝିରେ ଘଟିଲା ଅଘଟଣ । ହୁତୁହୁତୁ ହୋଇ ଜଳିଗଲା ବୋଟ୍‌, ଅଳ୍ପକେ ବର୍ତ୍ତିଗଲେ ୧୦ଜଣ ମତ୍ସ୍ୟଜୀବୀ । ଧାମରାର ଅବଦୁଲ କଲାମ ହୁଇଲର ଦ୍ୱୀପ ନିକଟରେ ୧୦ଜଣ ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ବୋଟ୍‌ଟି ହଠାତ୍ ଜଳିଯାଇଥିଲା । ପାଖରେ ଥିବା ଆଉ ଏକ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।

Advertisment

ଖବର ପାଇ କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ପହଞ୍ଚି ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଆଣି କୂଳକୁ ଫେରୁଛନ୍ତି । ଡଙ୍ଗାରେ କେମିତି ନିଆଁ ଲାଗିଲା ଜଣାପଡିନାହିଁ । ଇଞ୍ଜିନରୁ ନିଆଁ ଲାଗି ବୋଟ୍‌ଟି ଜଳି ଯାଇଥିବା ସନ୍ଦେହ କରଯାଉଛି ।

ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ବୋଟ୍‌ ‘ମାଆ ପଦ୍ମାବତୀ’ ବୋଟରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ମତ୍ସ୍ୟଜୀବୀମାନେ ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ମାଛଧରା ବୋଟ୍‌ରେ ନିଆଁ ଲାଗି ଯାଇଥିଲା। ମତ୍ସ୍ୟଜୀବୀମାନେ ଏନେଇ କୋଷ୍ଟଗାର୍ଡକୁ ଖବର ଦେଇଥିଲେ। କୋଷ୍ଟଗାର୍ଡ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା। ଯାହାଫଳରେ ୧୦ ମତ୍ସ୍ୟଜୀବୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ବୋଟରେ କିପରି ନିଆଁ ଲାଗିଲା ଜଣାପଡ଼ିନଥିବା ବେଳେ ଇଞ୍ଜିନରୁ ନିଆଁ ଲାଗିଥିବା କୁହାଯାଉଛି।

Advertisment
Boat Catches Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ