Advertisment

୧୦ ମାସର ଛୁଆକୁ ଏକ୍ସପାରୀ ଟୀକା ଦେଲେ ଡାକ୍ତର

ଭ୍ୟାକ୍ସିନ କଭର ଉପରୁ ତାରିଖ ଆଉ ଦାମ୍ ଚିରି ଦେଇଥିବା ଅଭିଯୋଗ।

Expire injection

Expire injection

Advertisment

୧୦ ମାସର ଛୁଆକୁ ଏକ୍ସପାରୀ ଟୀକା ଦେଇ ୨୧୦୦ ଟଙ୍କା ନେଲେ ଡାକ୍ତର। ଏହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଟୀକା ନେଇଥିବା ଶିଶୁର ବାପା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୌନ୍ତିଆ ହସପିଟାଲର ଡାକ୍ତର ଶରତ ଚନ୍ଦ୍ର ଗୌନ୍ତିଆଙ୍କର ନାଁରେ ଏଭଳି ଆସିଛି। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ବାରକୋଟ ରାଜେଶ କୁମାର ସାହୁ ନିଜର୍ ୧୦ ମାସର ଝିଅକୁ ଭ୍ୟାକ୍ସିନ ଦେବାକୁ ଗୌନ୍ତିଆ ହସ୍ପିଟାଲ୍କୁ ନେଇ ଆସିଥିଲେ।

Advertisment

ସେଠାରେ ଡାକ୍ତର ଶରତ ଗୌନ୍ତିଆ ଶିଶୁକୁ ୪୨୯ ଟଙ୍କାର ଗୋଟିଏ ଏକ୍ସପାରୀ ଭ୍ୟାକ୍ସିନ ଦେଇ ୨୧୦୦ ଟଙ୍କା ଠକି ନେଇଥିବା କୁଚିଣ୍ଡା ଥାନାରେ  ଅଭିଯୋଗ ହୋଇଛି। ଭ୍ୟାକ୍ସିନ ବାବଦରେ ପଚାରିବାରୁ ଡାକ୍ତର ଜଣକ ଭ୍ୟାକ୍ସିନ କଭର ଉପରୁ ତାରିଖ ଆଉ ଦାମ୍ ଚିରି ଦେଇଥିବା ଭଳି ଅଭିଯୋଗ ହୋଇଛି।

ଡଷ୍ଟବିନ୍ ଭିତରୁ ଚିରା କଭର ଆଣି ଦେଖିବାବେଳେ ସେଥିରେ ୬ ବର୍ଷ ପୂର୍ବରୁ ଏକ୍ସପାରୀ ଦାମ କମ ଲେଖା ଥିବାର ଦେଖି କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ଅଭିଯୋଗକୁ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସଡିପିଓ।
EXPIRE_INJECTION_AVO_FD

Advertisment
Expire Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ