Advertisment

ଦୋସା ଚ୍ୟାଲେଞ୍ଜ୍‌: ଯିଏ ଖାଇଦେବ ମିଳିବ ୭୧ ହଜାର ଟଙ୍କା

ଆପଣ ତ ନିଶ୍ଚିତ ଦୋସା ଖାଇଥିବେ। ତେବେ ଦୋସା ଖାଇ କେବେ କ’ଣ ପୁରସ୍କାର ପାଇଛନ୍ତି! ତେବେ ଏହି ସୁଯୋଗ ନିଅନ୍ତୁ। ଯଦି ଆପଣ ଏହି ଦୋସା ଖାଇଦେବେ ମିଳିବ ୭୧ ହଜାର ଟଙ୍କା ପୁରସ୍କାର।

ଅଦ୍ୟତନ ହୋଇଛି
10 foot long Dosa: Rs 71,000 prize for finishing in 40 minutes

10 foot long Dosa: Rs 71,000 prize for finishing in 40 minutes

Advertisment

ନୂଆଦିଲ୍ଲୀ: ଯେଉଁମାନେ ଖାଇବାକୁ ଭଲ ପାଆନ୍ତି ସେମାନେ ଧ୍ୟାନ ଦିଅନ୍ତୁ! ଖାଇବାକୁ ନେଇ ଏକ ଅନନ୍ୟ ଚ୍ୟାଲେଞ୍ଜ୍‌ ସାମ୍ନାକୁ ଆସିଛି ଅଛି ଯାହାକୁ ଆପଣ ଦେଖିବାକୁ ଭଲ ପାଇବେ। ଏନେଇ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ୭୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି। ଯେଉଁମାନେ ମାତ୍ର ୪୦ ମିନିଟ୍‌ରେ ୧୦ ଫୁଟ ଲମ୍ବର ଏକ ଡୋସା ଖାଇ ଶେଷ କରିପାରିବେ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି କୁହାଯାଇଛି।

Advertisment

ଦିଲ୍ଲୀର ଉତ୍ତମ ନଗରର ସ୍ୱାମୀ ଶକ୍ତି ସାଗର ରେଷ୍ଟୁରାଣ୍ଟର ମାଲିକ ଶେଖର କୁମାର କହିଛନ୍ତି ଯେ “ଆମ ରେଷ୍ଟୁରାଣ୍ଟରେ ୧୦ ଫୁଟ ଲମ୍ବର ଦୋଆସା ଚ୍ୟାଲେଞ୍ଜ ଚାଲିଛି। ଯଦି କେହି ୪୦ ମିନିଟ୍‌ରେ ଏହି ଦୋସାକୁ ଖାଇ ଶେଷ କରିଦେଉଛନ୍ତି, ଆମେ ତାଙ୍କୁ ଏକ ଚେକ୍ ପ୍ରଦାନ କରୁଛୁ। ଏହାର ପୁରସ୍କାର ରାଶି ୭୧ ହଜାର ଟଙ୍କା। ପୂର୍ବରୁ ଆମେ ଛୋଟ ଦୋସା ତିଆରି କରୁଥିଲୁ। ସମସ୍ତେ ଏହାକୁ ଦେଖି ଆରମ୍ଭ କଲେ। ତା’ପରେ ମୁଁ ଏକ ବଡ ଦୋସା ତିଆରି କରିବାକୁ ଚିନ୍ତା କଲି। ମୁଁ ଭାବିଲି ଏହି ପରି ଏକ ଚ୍ୟାଲେଞ୍ଜ୍‌ ଆମ ଭୋଜନାଳୟକୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବ। ତେଣୁ ମୁଁ ଏହି ଧାରଣା ଆଣିଲି।”

କୁମାର କହିଛନ୍ତି ଯେ ୫ ଫୁଟ, ୬ ଫୁଟ ଓ ୬ ଫୁଟର ତାୱା ତ ଏମିତିରେ ମିଳିଯାଉଛି। ତେଣୁ ମୁଁ କିଛି ଭିନ୍ନ କଥା ଚିନ୍ତା କଲି, ଯାହା ଅଲଗା ହେବ। ଯେଉଁଠାରେ ତାୱା ତିଆରି ହୁଏ ମୁଁ ସେମାନଙ୍କୁ ୧୦ ଫୁଟ ଲମ୍ବାର ତାୱା ତିଆରି କରିବାକୁ କହିଲି। ମୋର ଏହି ତାୱାର ଲମ୍ବ ୧୦ ଫୁଟ ୪ ଇଞ୍ଚ। ତାୱା ଗରମ ହୋଇଗଲେ ୧୦ ଫୁଟର ଏହି ଲମ୍ବା ଦୋସା ତିଆରି କରିବାକୁ ୭ ରୁ ୮ ମିନିଟ୍ ସମୟ ଲାଗେ।

Advertisment

ଆମେ ଏହି ଚ୍ୟାଲେଞ୍ଜ୍‌ ଆରମ୍ଭ କରିବାର ଏକ ମାସ ବିତିଗଲାଣି। ଏପର୍ଯ୍ୟନ୍ତ ୨୫-୨୬ଲୋକ ଏହି ଆହ୍ୱାନକୁ ଗ୍ରହଣ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେହି ଏହି ଚ୍ୟାଲେଞ୍ଜକୁ ଜିତିପାରି ନାହାଁନ୍ତି। ଆମ ପାଖକୁ ଅନେକ୍ ଜାଗାରୁ କଲ୍‌ ଆସୁଛି। ଆମ ପାଇଁ ମୁଖ୍ୟ କଥା ହେଉଛି ଆମେ ଦୋସାର ଗୁଣ ଉପରେ ଧ୍ୟାନ ଦେଉ। ଏହା ସହିତ ଆମେ ଏହାର ପରିମାଣ ପ୍ରତି ମଧ୍ୟ ଧ୍ୟାନ ଦେଇଥାଉ।

ଦୋସା ଚ୍ୟାଲେଞ୍ଜ୍‌ ନେଇଥିବା ସୁରେନ୍ଦ୍ର ଗୁପ୍ତା କହିଛନ୍ତି, “ମୁଁ ଚ୍ୟାଲେଞ୍ଜ୍‌ ନେଇଥିଲି, କିନ୍ତୁ ମୁଁ ପୁରା ଦୋସା ଖାଇ ପାରିଲି ନାହିଁ। ଗତ ୧୦-୧୨ ବର୍ଷରୁ ମୁଁ ଏହି ରେଷ୍ଟୁରାଣ୍ଟକୁ ଯାଉଛି। ମୁଁ ସେମାନଙ୍କର ଦୋସାର ସ୍ୱାଦ ଚାଖିଛି। ଏହା ବହୁତ ସ୍ୱାଦିଷ୍ଟ। ତେଣୁ ମୁଁ ଭାବିଲି ମୁଁ ଏହାକୁ ଶେଷ କରିବାକୁ ସମର୍ଥ ହେବି, କିନ୍ତୁ ମୁଁ କରି ପାରିଲି ନାହିଁ।” ଏହାସହ ସେ ପ୍ରକାଶ କରିଛନ୍ତି ଯେ ଏହି ବିଶାଳ ଦୋସାର ମୂଲ୍ୟ ୧,୫୦୦ ଟଙ୍କା ରହିଛି ଏବଂ ଲୋକେ ସେମାନଙ୍କ ପରିବାର ଲୋକଙ୍କ ସହ ଆସି ଏହି ଆହ୍ୱାନ ନେବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ