Advertisment

ରାୟଗଡ଼ାରେ ଥମୁନି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୧୦ ଜୀବନ

ଜୁଲାଇ ପ୍ରଥମ ସପ୍ତାହରେ କାଶୀପୁର ବ୍ଳକ୍‌ ଅନ୍ତର୍ଗତ ଦୁଡୁକାବାହାଲ ଗାଁରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଏବେ ତାହା କଲ୍ୟାଣସିଂହପୁର ବ୍ଲକ୍‌କୁ ବ୍ୟାପିଲାଣି।

10 Die After Diarrhoea Breaks out in Kashipur

10 Die After Diarrhoea Breaks out in Kashipur

Advertisment

ରାୟଗଡ଼ା ଜିଲ୍ଲାରେ ବ୍ୟାପିଥିବା ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଜୁଲାଇ ପ୍ରଥମ ସପ୍ତାହରେ କାଶୀପୁର ବ୍ଳକ୍‌ ଅନ୍ତର୍ଗତ ଦୁଡୁକାବାହାଲ ଗାଁରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଏବେ ତାହା କଲ୍ୟାଣସିଂହପୁର ବ୍ଲକ୍‌କୁ ବ୍ୟାପିଲାଣି। ଶିକରପାଈ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। 

Advertisment

କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକ୍‌ରେ ୧୭ ଜଣ ଡାକ୍ତର, ୨ ଜଣ ଶିଶୁ ରୋଗ ବିଶେଷଜ୍ଞ, ୧୪ ଜଣ କମ୍ୟୁନିଟି ହେଲ୍‌ଥ୍‌ ଅଫିସର, ୩୭ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ୨୩୩ ଆଶାକର୍ମୀ, ୯ଟି ମୋବାଇଲ ହେଲ୍‌ଥ୍‌ ୟୁନିଟ୍ ଓ ୬ ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି।  ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଅଧିକ ସଂକ୍ରମିତ କାଶୀପୁର ଅଞ୍ଚଳର।

୧୦ଟି ଗାଁରେ  ଅଧିକ ଆକ୍ରାନ୍ତ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସେହି ଅଞ୍ଚଳକୁ ବିଶେଷ ଧ୍ୟାନ ଦେଉଛନ୍ତି। କାଶୀପୁର ଅଞ୍ଚଳର ମୋଟ୍‌ ୩୧୮ ଟି ଗାଁକୁ ନଜରରେ ରଖାଯାଇଥିବା ବେଳେ ୨୮୯ ଟି ଗ୍ରାମରେ ବିଶୋଧନ କରାଯାଇଛି। ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଆକ୍ରାନ୍ତଙ୍କ ସର୍ବେକ୍ଷଣ କରି ନିୟମିତ ଭାବେ ଔଷଧ ବଣ୍ଟନ କରୁଛନ୍ତି। 

Advertisment

ବିଦ୍ୟାଳୟ, ହାଟ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଭାବେ ସଫେଇ, ଜଳ ବିଶୋଧନ, ଡାକବାଜି ପ୍ରଚାର, ପଥପ୍ରାନ୍ତ ନାଟକ କରାଯାଉଛି। ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲାକା କାଶୀପୁର ବ୍ଲକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। 

Diarrhoea Diarrhoea In Rayagada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ