ମର୍ମନ୍ତୁଦ ଦୁର୍ଘଟଣାରେ ଡ୍ରାଇଭର ମୃତ : ବର, କନ୍ୟା ଗୁରୁତର

ବିବାହ ପରେ ବରକନ୍ୟା ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବରକନ୍ୟା ଗୁରୁତର ଅଛନ୍ତି ।

ଗୁରୁତର ଥିବା ସମସ୍ତ ୮ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି ହେଲେ

News Summary

ଗୁରୁତର ଥିବା ସମସ୍ତ ୮ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି ହେଲେ

ନବରଙ୍ଗପୁରରେ ବାହାଘର ସାରି ଛତିଶଗଡ଼ ଫେରିବା ବେଳେ ଦୁର୍ଘଟଣା

ଧର୍ମଗଡ଼(ଇଙ୍ଗିତ ପଣ୍ଡା) : କନ୍ୟା ନେଇ ଫେରୁଥିବା ବେଳେ ଦୁର୍ଘଟଣା । ଟ୍ରକ ଧକ୍କାରେ ବୋଲେରୋ ଚୁରମାର ହୋଇଯିବା ସହ ଡ୍ରାଇଭର ମୃତ । ଏହି ଦୁର୍ଘଟଣାରେ ବର, କନ୍ୟା ସମେତ ୮ ଜଣ ଗୁରୁତର ହୋଇଛନ୍ତି ।  ଗୁରୁତର ଥିବା ସମସ୍ତ ୮ ଜଣଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଜୁ ଏକ୍ସପ୍ରେସେୱେର ଆମପାଣି ନିକଟରେ ଭୋର୍ ସମୟରେ ଦୁର୍ଘଟଣା ହୋଇଛି । ନବରଙ୍ଗପୁରରେ ବାହାଘର ସାରି ଛତିଶଗଡ଼ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । 

ଗତକାଲି ବିଳମ୍ବିତ ରାତିରେ ବିବାହ ସରିବା ପରେ କନ୍ୟା ନେଇ ଫେରୁଥିଲା ଏକ ବୋଲେରୋ । ଗାଡ଼ିଟି ଆମପାଣି ଥାନା ବିଜୁ ଏକ୍ସପ୍ରେସୱେ ରାସ୍ତା ଭୁର୍ଷାଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋରେ ଥିବା ବର କନିଆଁ ସମେତ ୮ ଜଣ ଗୁରୁତର ହୋଇଥିଲେ । ପୋଲିସ୍ ଡ୍ରାଇଭରଙ୍କୁ ଉଦ୍ଧାର କରି ଆମପାଣି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସା ପାଇଁ ସ୍ଥାନାନ୍ତର ବେଳେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଡ୍ରାଇଭର ମୃତ୍ୟୁ ହୋଇଥିବା ସୁଚନା ମିଲିଛି।

୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ସମସ୍ତଙ୍କ ଅବସ୍ଥାରେ ସ୍ଥିର ରହିଛି ହେଉଥିବା ଜଣାପଡିଛି । ବୋଲେରୋରେ ଥିବା ଅନ୍ୟମାନଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଟ୍ରକଟି ମଧ୍ୟ ଓଲଟି ପଡିଥିଲା ।