Advertisment

ରୋଗୀଙ୍କ ଜୀବନ ସହ ଖେଳ: A+ ବ୍ଳଡ୍‌ ଗ୍ରୁପ୍‌ ବଦଳରେ ଦେଇଦେଲେ B+ ବ୍ଲଡ୍‌

ରୋଗୀଙ୍କ ଜୀବନ ସହ ଖେଳ। କଟକର ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କୁ ଭିନ୍ନ ଗ୍ରୁପ୍‌ର ରକ୍ତ ଦେବାରୁ ସଂପୃକ୍ତ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
1 critical after given wrong blood transfusion in Cuttack

1 critical after given wrong blood transfusion in Cuttack

Advertisment

ରୋଗୀଙ୍କ ଜୀବନ ସହ ଖେଳ। କଟକର ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କୁ ଭିନ୍ନ ଗ୍ରୁପ୍‌ର ରକ୍ତ ଦେବାରୁ ସଂପୃକ୍ତ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ରୋଗୀ ଜଣକ ହେଲେ ବିଭୂତି ଭୂଷଣ ଜେନା ।

Advertisment

ବିଭୂତିଙ୍କୁ A ପଜିଟିଭ ରକ୍ତ ଆବଶ୍ୟକ ଥିବାବେଳେ କଟକ ସ୍ଥିତ ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କରୁ ସଂପର୍କୀୟ ବ୍ଲଡ୍‌ ଆଣିଥିଲେ। ତେବେ ରକ୍ତ ଦେବା ପରେ ହଠାତ୍‌ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ପରେ ବ୍ଲଡ୍‌ ବ୍ୟାଙ୍କରୁ ଅଣାଯାଇଥିବା ରକ୍ତର ଗ୍ରୁପ୍‌ ପରୀକ୍ଷା ଏକ ଘରୋଇ ଲ୍ୟାବ୍‌ରେ କରାଯାଇଥିଲା । ଏହା B ପଜିଟିଭ ବୋଲି ଜଣାପଡ଼ିଥିବା ଅଭିଯୋଗ ହୋଇଛି । ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ରିପୋର୍ଟ ପାଇବା ପରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ରେଡ଼କ୍ରସ ଭଣ୍ଡାରର ନିର୍ଦ୍ଦେଶକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ