ପୁରୀ ଶ୍ରୀମନ୍ଦିରରେ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଛି। ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।
ସୂଚନା ଅନୁସାରେ, ଗତକାଲି ପଥରଟିକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଛି। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗି ନାହିଁ। ଏହା ପଥର ନୁହଁ ଚୂନପ ଥର ବା ପ୍ଳାଷ୍ଟର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ASI ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା। ତେବେ ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ହୁଏତ ସେଥିପାଇଁ ଚୂନପଥର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଉଛି।