Advertisment

ଖାଇଗଲେ ଠାକୁରଙ୍କ ସମ୍ପତ୍ତି ! ରାଜ୍ୟ ସାରା ଦେବାଦେବୀ ମନ୍ଦିରରେ ଶହ ଶହ କୋଟିର ଭୂସମ୍ପତ୍ତି ଲୁଟ୍

ଭଗବାନଙ୍କ ସମ୍ପତ୍ତି ଉପରେ ଆଖି । ସୁନା ଅଳଙ୍କାର ହେଉ ଅବା ଭୂ-ସମ୍ପତ୍ତି, ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି, ନିଜ ପ୍ରଭାବ ବଳରେ ଲୁଟିଛି ଠାକୁରଙ୍କ ସମ୍ପତ୍ତି ।

 CAG Report

CAG Report

Advertisment

ଭୁବନେଶ୍ୱର : ଦେବାଦେବୀଙ୍କ ସଂପତ୍ତି ଚଳୁ । ରାଜ୍ୟର ବିଭିନ୍ନ ମନ୍ଦିରର କୋଟି ଟଙ୍କାର ସଂପତ୍ତି ହୋଇଛି ହରିଲୁଟ୍ । ସୁନା ଅଳଙ୍କାର ହେଉ ଅବା ଭୂ-ସମ୍ପତ୍ତି, ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି, ନିଜ ପ୍ରଭାବ ବଳରେ ଲୁଟିଛି ଠାକୁରଙ୍କ ସମ୍ପତ୍ତି । ଦୁଇ ଦିନ ପୂର୍ବରୁ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟରେ ଥିବା ପ୍ରମୁଖ ୧୩ଟି ଧାର୍ମିକ ଅନୁଷ୍ଠାନରେ ଏଭଳି ବ୍ୟାପକ ହେରଫେର ଖବର ସାମ୍ନାକୁ ଆସିଛି । ଏହାକୁ ନେଇ ଉଭୟ ବିଜେପି ଓ କଗ୍ରେସ୍ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

Advertisment

କୁହାଯାଏ ଦେବ ସମ୍ପତ୍ତିକୁ କେହି ହଜମ କରିପାରନ୍ତି ନାହିଁ । କିନ୍ତୁ ଏଠି ସେ କଥା ଯେପରି ମୂଲ୍ୟହୀନ ରାଜ୍ୟର ପ୍ରମୁଖ ୧୩ ଦେବଦେବୀ ମନ୍ଦିରର କୋଟି କୋଟି ଟଙ୍କାର ଭୂସମ୍ପତ୍ତି ଓ ସୁନା ଅଳଙ୍କାର ହେରଫେର୍ କରାଯାଇଥିବା ନେଇ ସିଏଜି ରିପୋର୍ଟରେ ଦର୍ଶାଯାଇଛି । ଏହି ଅଡିଟ୍ ବେଳେ ପ୍ରଭୁ ଲିଙ୍ଗରାଜ ମନ୍ଦିର, କାକଟପୁର ମଙ୍ଗଳା, କଟକ ଚଣ୍ଡୀ, ଝଙ୍କଡ ଶାରଳା ମନ୍ଦିର୍, ସମଲେଇ ମନ୍ଦିର, ପୁରୀ ଜଗନ୍ନାଥ ବଲ୍ଲଭ ମଠ, ନୀଳଗିରି ଠାକୁର ମହଲ, ଭୁଷଣ୍ଢପୁରର ଉଗ୍ରତାରା, ଗୋରଖନାଥ, ଆଖଣ୍ଡଳମଣି, କପିଳାସ, ରାଜଧାନୀ ପୂଜା ସମିତି ଏବଂ ଭୁବନେଶ୍ୱର ରାମ ମନ୍ଦିରକୁ ନମୁନା ଭାବେ ଗ୍ରହଣ କରିଥିଲେ । ସିଏଜି ମନ୍ଦିର ପାଣ୍ଠିର ସନ୍ଦେହଜନକ ଆତ୍ମସାତ ହେଉ ଅବା ଫସଲ ଆଦାୟର ସ୍ଥିତି, ସବୁଠି ଦୁର୍ନୀତିର ଗନ୍ଧ ବାରିଛନ୍ତି । 

ସିଏଜି ରିପୋର୍ଟ ଅଧାରରେ ଏହି ୧୩ ଟି ମନ୍ଦିରର ମୋଟ ୧୨ ହଜାର ୭୬୭ ଏକର ଭୂସମ୍ପତ୍ତିରୁ ମାତ୍ର ୪୫ ପ୍ରତିଶତ ଅର୍ଥାତ ୫ ହଜାର ୭୪୯ ଏକର ଜମି ସମ୍ପୃକ୍ତ ମନ୍ଦିର ଗୁଡିକ ଅଧିନରେ ଥିବା ବେଳେ ବାକି ୭ ହଜାରରୁ ଅଧିକ ଏକର ଜମି ଜବରଦଖଲରେ ରହିଛି । ପ୍ରଭୁ ଲିଙ୍ଗରାଜଙ୍କ ମୋଟ୍ ୧୫ଶହ ୨୩ ଏକର ଭୂ-ସମ୍ପତ୍ତି ଥିବା ବେଳେ ସେଥି ମଧ୍ୟରୁ ଭୁବନେଶ୍ୱରେ ରହିଛି ୬୯.୪୨୩ ଏକର । ତେବେ ତାମଧ୍ୟରୁ ୩୬.୩୭୦ ଏକର ଜମି ଜବରଦଖଲରେ ଅଛି ।

Advertisment

ଅନ୍ୟାନ୍ୟ ସ୍ଥାନମାନଙ୍କରେ ଜମି ମାଲିକାନା ଓ ଜବରଦଖଲ ବିଷୟରେ ମନ୍ଦିର ପ୍ରଶାସନ ପାଖରେ କୌଣସି ସୂଚନା ନଥିଲା । ସେହିପରି ଢେଙ୍କାନାଳ ଦେବୋତ୍ତରଙ୍କ ଅଧିନରେ ଥିବା ୯ ହଜାର ଏକରରୁ ଅଧିକ ଜମି ଥିବା ବେଳେ ୪ ହଜାର ଏକର ଜବରଦଖଲ ହୋଇଛି । ଏନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ମାପ କରଯାଇ ଜବରଦଖଲ ଉଛେଦ କରାଯିବ ।

ସେପଟେ ସିଏଜିଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ସରଗରମ ହୋଇଛି ରାଜନୀତି । ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଅଭିଯୋଗ କରିଛି ମନ୍ଦିରକୁ ଚରମ ଅବହେଳା ଓ ଅସମ୍ମାନ କରିଛନ୍ତି ରାଜ୍ୟ ସରକାର । ଧାର୍ମିକ ଅନୁଷ୍ଠାନରେ ସରକାର ଟ୍ରଷ୍ଟ ବୋର୍ଡ ବଦଳରେ ଜିଲ୍ଲାପାଳ ଏବ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହା ପଛରେ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ଥିବା ନେଇ ଅଭିଯୋଗ କରିଛି ବିଜେପି ।

Advertisment

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଘଟଣା ଭଳି ଏବେ ଆଖଣ୍ଡଳମଣିଙ୍କ ଭଣ୍ଡାର ଚାବି ବି ନଥିବା ସିଏଜି ତାଙ୍କ ରିପୋର୍ଟ ରେ ଉଲ୍ଲେଖ କରିଛନ୍ତି । ସେପଟେ କଂଗ୍ରେସ କହିଛି ରାଜ୍ୟ ସରକାର ମନ ଇଛା କାମ କରୁଛନ୍ତି, ସବୁ ଦେଖି ମଧ୍ୟ ଚୁପ୍ ବସିଛନ୍ତି ତେବେ ଏନେଇ ବିଜେଡି ର ପ୍ରତିକ୍ରିୟା ମିଳିପରିନାହିଁ । ତେବେ କେବଳ ଭୂ-ସଂପତ୍ତି ନୁହେଁ, ଏଥିରୁ ଫସଲ ଆଦାୟ ହେଉ ଅବା ସୁନା ଅଳଙ୍କାର, ରାଜ୍ୟର ପ୍ରମୁଖ ୧୩ ଦେବଦେବୀ ମନ୍ଦିରରେ ଏ ଦିଗରେ ମଧ୍ୟ ହେରଫେର ଓ ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି ।

CAG Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ