Advertisment

ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା।

ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

Snake

Advertisment

ନବରଙ୍ଗପୁର: ଏକ ନାଗସାପ ଓ ୯ ବର୍ଷିୟା କୁନିଝିଅର ଯନ୍ତ୍ରଣାର କାହାଣୀ ଶୁଣିଲେ ଆପଣ ବି ଅତ୍ୟନ୍ତ ଦୁଃଖିତ ହେବେ। ପ୍ରାୟ ମାସେ ତଳେ ସର୍ପ ଦଂଶନର ଶିକାର ହୋଇଥିଲା ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା। ପରିବାର ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ମାସେ ହେଲା ସେମିତି ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ। ଏପରିକି ସାପ କାମୁଡ଼ିଥିବା ହାତଟି ପଚିବା ଆରମ୍ଭ କଲାଣି। ତେଣେ କାମୁଡ଼ିଥିବା ନାଗକୁ ବନ୍ଦୀ କରି ରଖିଛନ୍ତି ପରିବାର ।

Advertisment

ବନ୍ଧା ପଡ଼ିଛି ନାଗ। ପ୍ଲାଷ୍ଟିକ ଝୁଡ଼ି ତଳେ ମାସେ ହେଲା ରଖାଯାଇଛି ବନ୍ଦୀ ଅବସ୍ଥାରେ। ଝିଅକୁ କାମୁଡ଼ିବା ପରେ ତାକୁ ଏପରି ଦଣ୍ଡ ଦେଇଛନ୍ତି ବାପା। ପ୍ରାୟେ ମାସେ ହେଲାଣି ନା ଖାଇବାକୁ କିଛି ମିଳୁଛି, ନା ଏଠାରୁ ମୁକ୍ତି ମିଳୁଛି। ଗାଁ ଲୋକଙ୍କର ବି ଗୋଟିଏ ଜିଦ୍ ଯେ ପର୍ଯ୍ୟନ୍ତ ଝିଅ ସଂପୂର୍ଣ୍ଣ ସୁସ୍ଥ ନ ହୋଇଛି, ସେ ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ।

Advertisment

୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା। ସେହିଦିନଠାରୁ ମଞ୍ଜୁଳା ବିଷଜ୍ୱାଳାରେ ହେଉଛି ଛଟପଟ। ଯେଉଁ ଡାହାଣ ହାତକୁ ନାଗ ଚୋଟ ମାରିଥିଲା, ସେହି ହାତ ପ୍ରଥମେ ଫୁଲି ଯାଇ କଳା ପଡ଼ି ଯାଇଥିଲା। ଚିକିତ୍ସା ଅଭାବରୁ ଏବେ ପଚିବା ଆରମ୍ଭ କଲାଣି। ଅବସ୍ଥା ଅତି ସଂଗୀନ ସାପ କାମୁଡ଼ିବା ପରେ ପରିବାର ଲୋକେ ଝିଅକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଂଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ। ଏ ସଂପର୍କରେ ଜାଣିବା ପରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ ରାଇଘର ବିଡିଓ ଓ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।  ଗତରାତିରେ ମଂଜୁଳାକୁ ରାଇଘର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଛି।

Odisha News Nabarangpur Cobra Snake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ