Advertisment

‘ପ୍ରକୃତି ଏକା ଫାଇଟ୍‌ କରୁଥିଲେ ବୋଲି ଆମକୁ ଦେଖାଗଲାନି, ସେ ଏକା ଦୌଡ଼ୁଥିଲେ ବୋଲି ଆମକୁ ଦେଖାଗଲା’

ପ୍ରକୃତିଙ୍କ ସ୍ପଷ୍ଟୀକରଣ ଭିଡ଼ିଓର ଜବାବ ଦେଇ ବର୍ଷିଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ, କହିଲେ...

ଅଦ୍ୟତନ ହୋଇଛି
'Prakruti Mishra is creating melodrama, she should move on'- says Babushaan's cousin

'Prakruti Mishra is creating melodrama, she should move on'- says Babushaan's cousin

Advertisment

ପ୍ରକୃତିଙ୍କ ସ୍ପଷ୍ଟୀକରଣ ଭିଡ଼ିଓର ଜବାବ ଦେଇ ବର୍ଷିଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ । ସେ ଏକୁଟିଆ ଫାଇଟ୍‌ କରୁଥିଲେ ବୋଲି ଆମକୁ ଦେଖାଗଲାନି, ସେ ଏକୁଟିଆ ଦୌଡ଼ୁଥିଲେ ବୋଲି ଆମକୁ ଦେଖାଗଲା ବୋଲି କହିଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ ।

Advertisment

‘ ପ୍ରକୃତି ଯେଉଁ ଭିଡ଼ିଓ କରିଛନ୍ତି ତାହା ପୁରା ଫେକ୍‌ । ଭିକ୍ଟିମ୍‌ କାର୍ଡ୍‌ ୟୁଜ୍‌ କରିଛନ୍ତି । ଭିଡ଼ିଓରେ ସେ କାହା ସହ ଲଢ଼ିଥିବାର ଦେଖିବାକୁ ମିଳିନାହିଁ । ଭିଡ଼ିଓରେ କେବଳ ସେ ଗାଡ଼ିରୁ ଓହ୍ଲାଇ ଏପଡ ସେପଡ଼ ଦୌଡିଲେ । ସେ ଯଦି ଏତେ ଠିକ୍‌ ସେ ଫେସ୍‌ କଲେନି ଦୌଡିଲେ କାହିଁକି । ଘଟଣାର ଗୋଟିଏ ଦିନ ପରେ ସ୍କ୍ରିପ୍ଟିଂ ତଥା ପ୍ଲାନିଂ କରି ଭିଡ଼ିଓ ବନାଇ ଭାରାଲ୍‌ କଲେ । ଭିଡ଼ିଓରେ କାନ୍ଦିକି ସହାନୁଭୂତି ନେଉଛନ୍ତି’ ।

‘ ସେ ଏମିତି ଆବ୍ୟୁଜ୍‌ ଲାଙ୍ଗୁଏଜ୍‌ରେ କଥା ହେଲେ ତେଣୁ ଜଣେ ସ୍ତ୍ରୀ ଓ ମାଆ କେହି ସମ୍ଭାଳି ପାରିବେନାହିଁ । ମେଣ୍ଟାଲି ହାରାସ୍‌ ଗୁଣ୍ଡା କିଏ ଥିଲେ ? ସେ ବଢ଼ିଆ ସ୍କ୍ରିପ୍ଟିଂ କରିଛନ୍ତି । ଆକ୍ଟିଂ ସହ ସ୍କ୍ରିପ୍ଟିଂ ବି କରନ୍ତୁ ତାଙ୍କୁ ଆଉ ଏକ ନ୍ୟାସ୍‌ନାଲ୍‌ ଆୱାର୍ଡ ମିଳିବ । ବାବୁସାନ୍‌ ନୂଆ ବାହା ହୋଇନାହିଁ ଯେ, ତା ସ୍ତ୍ରୀ ନିଜ ସମ୍ପର୍କକୁ ନେଇ ଅସୁରକ୍ଷିତ ଭାବିବ । ବାବୁସାନ୍‌ ଅନେକ ଫିଲ୍ମରେ ଅନେକ ହିରୋଇନ୍‌ଙ୍କ ସହ ଫିଲ୍ମରେ କାମ କରିଛି ଅନେକ ହିରୋଇନ୍‌ ଘରକୁ ମଧ୍ୟ ଆସିଛନ୍ତି । ହେଲେ ସାଙ୍ଗ ହୋଇ ପିଠି ପଛରେ ଛୁରୀ ଭୁଶିବା କେତେ ଦୂର ଠିକ୍‌ ? ସେ ଦେଖିଲେ ଯଦି ତାଙ୍କ ସ୍ତ୍ରୀ ଇନ୍‌ସିକ୍ୟୁରିଟି ଫିଲ୍‌ କଲେ ତେବେ ସେ ଦୂରେଇ ଯାଇଥାନ୍ତେ । ନଚେତ୍‌ ମୋ ଭାଇ ସହ ପ୍ରସ୍‌ନାଲି ଲିଙ୍କ୍‌ ରଖିଥାନ୍ତେ, ହେଲେ କାହିଁକି ପ୍ରସ୍‌ନାଲି ଇଣ୍ଟର୍‌ଫେୟାର୍‌ କାହିଁକି କଲେ ? ମୋ ଭାଇ ଅଲ୍‌ଗା ଅଲ୍‌ଗା ରହି ପାର୍ଟି ଯାଉଥିଲେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ବୁଲୁଥିଲେ ।

Advertisment

‘ଘଟଣାକୁ ନେଇ ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ ବାବୁସାନ୍‌ଙ୍କୁ କହିଛନ୍ତି ଯେ,‘ସେ ତାର ସେଂସ୍‌ରେ ହି ନାହିଁ । ଯେଉଁ ବାବୁସାନ୍‌ ମହାନ୍ତିଙ୍କୁ ଆପଣ ଦେଖୁଛନ୍ତି ସେ ଏବେ ଚେଞ୍ଚ୍‌ ହୋଇଯାଇଛି । ତେଣୁ ସେ ବୁଝିପାରୁନି , ବହୁତ ଶୀଘ୍ର ବୁଝିଯାଉ ଏବଂ ତାର ପରିବାରକୁ ସମ୍ଭାଳୁ । ତୋର କ୍ୟାରିଅର୍‌ରେ ଫୋକସ୍‌ କର୍’ ।

ତେବେ ଗତକାଲି ପ୍ରକୃତି ମିଶ୍ର ଓ ବାବୁସାନ୍‌ ମହାନ୍ତିଙ୍କ ଭିଡ଼ିଓ ଭାଇରାଲ୍‌ ହେବା ପରେ । ଘଟଣାକୁ ନେଇ ଆଜି ପ୍ରକୃତି ନିଜ ଇଣ୍ଟାଗ୍ରାମ୍‌ ଆଇଡ଼ିରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଘଟଣା ସମ୍ପର୍କରେ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ପ୍ରକୃତିଙ୍କ ଏହି ଭିଡ଼ିଓର ଜବାବ ଦେଇଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ ।

Advertisment
Babushan Mohanty Babushan Mohanty Prakruti Mishra Viral Video Actress Prakruti Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ