Advertisment

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି

ଅଦ୍ୟତନ ହୋଇଛି
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

Cycle

Advertisment

ଭୁବନେଶ୍ୱର: ରାଜଧାନୀରେ ବାଟବଣା ହୋଇଛି କି ବିଏମ୍ସିର ମୋ ସାଇକେଲ ଯୋଜନା ? ଗୋଟିଏ ପଟେ ରାସ୍ତା କଡ଼ରେ ବିନା ବ୍ୟବହାରରେ ଛିଡ଼ା ହୋଇଥିବା ଶହ ଶହ ସାଇକେଲ, ବାସ୍ତବ ସ୍ଥିତି ବଖାଣୁଥିବାବେଳେ ଏପଟେ କାବଡ଼ି ଖାନାକୁ ସ୍କ୍ରାପିଂ ପାଇଁ ଗଲାଣି ଶହ ଶହ ସାଇକେଲ। ଏମିତିକି ୨୫ ହଜାର ଟଙ୍କାରେ କିଣା ଯାଇଥିବା ସାଇକେଲକୁ କାହିଁକି ମାତ୍ର ୫ଶହ ଟଙ୍କାରେ ବିକ୍ରି କରାଯାଇଛି, ତାହାକୁ ନେଇ ଉଠିଲାଣି ପ୍ରଶ୍ନ। ସାଇକେଲ ବିକ୍ରି କରିଥିବା ସଂସ୍ଥାର ଉତ୍ତର ସହଜରେ ଗ୍ରହଣ ଯୋଗ୍ୟ ହେଉନଥିବାବେଳେ ତଦନ୍ତ ପରେ ତଥ୍ୟ ରଖିବେ ବୋଲି କହିଛନ୍ତି ବିଏମ୍ସି କମିଶନର।

Advertisment

କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି। ସେ କୁଆଡ଼େ ଗୋଟାକୁ ୫ଶହ ଟଙ୍କା ହିସାବରେ ୨୫୦ଟି ସାଇକେଲ ହ୍ୟାକ୍ସି ନାମକ କମ୍ପାନୀଠାରୁ କିଣିଛନ୍ତି । ସେଥିରୁ ଜିପିଏସ୍ ମେସିନ୍ ଖୋଲି କମ୍ପାନୀକୁ ଫେରାଇ ବାକି ସବୁ ଅଂଶ ସ୍କ୍ରାପ୍ କରି ବିକ୍ରି କରୁଛନ୍ତି। ତେବେ ଗଦା ହୋଇଥିବା ସାଇକେଲରୁ ଅଧିକାଂଶ ଗଡ଼ିବା ସ୍ଥିତିରେ ରହିଛି।

ତେଣୁ ସଚଳ ସାଇକେଲ ସ୍କ୍ରାପିଂ ପାଇଁ ଦିଆଯିବା ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜଧାନୀ ବାସିନ୍ଦା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହେଲା, ଷ୍ଟାଣ୍ଡ ବସିଲା। ହେଲେ ସାଇକେଲ ଆସି କବାଡ଼ି ଖାନାରେ। ତେଣୁ ୟା ପଛରେ କିଛି ବଡ଼ ଧରଣର ଅଭିସନ୍ଧି ଥିବା ସନ୍ଦେହ କରୁଛନ୍ତି ସହରବାସୀ।

Advertisment

ସୂଚନା ଅନୁସାରେ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ ଲକ୍ଷ୍ୟ ସହ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ବହୁଚର୍ଚ୍ଚିତ ମୋ ସାଇକେଲ ଯୋଜନା। ୨୦୧୮ ହକି ବିଶ୍ୱକପବେଳେ ବିଶ୍ୱ ଦରବାରରେ ସ୍ମାର୍ଟ ସିଟିର ପରିଚୟ ଦୁଇ ଗୁଣା କରିବା ଲକ୍ଷ୍ୟରେ ବିଏମ୍ସି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରି ୨ହଜାର ସାଇକେଲ କିଣିଥିଲା। ହ୍ୟାକ୍ସି, ୟୋନା ଏବଂ ୟୁଲୁ ନାମକ ୩ଟି ଅଲଗା ଅଲଗା କମ୍ପାନୀଙ୍କଠୁ ୫ବର୍ଷ ପାଇଁ ସାଇକେଲ ପିଛା ୨୫ ହଜାର ଟଙ୍କା ଦେଇ କିଣିଥିଲା। ହେଲେ ମାତ୍ର ୨ବର୍ଷ ଭିତରେ କାହିଁକି ନିଜ ସାଇକେଲ ଗୁଡିକୁ ସ୍କ୍ରାପିଂ କରିବାକୁ ବିକି ଦେଲା ହ୍ୟାକ୍ସି କଂପାନୀ ? ପଚାରିବାରେ ଓଡିଶା ଅପରେସନ ମ୍ୟାନେଜର କହିଛନ୍ତି-ରାଜଧାନୀରେ ପ୍ରଥମେ ୧ ହଜାର ସାଇକେଲ ପାଇଁ ବିଏମସି ସହ ଚୁକ୍ତି ହୋଇଥିଲା। କିନ୍ତୁ ପରେ ଚାହିଦା ବଢ଼ିବାରୁ ଆଉ ଅଧିକ ୪ଶହ ସାଇକେଲ କମ୍ପାନୀ କାମରେ ଲଗାଇଥିଲେ। ତେଣୁ ସେ ଅତିରିକ୍ତ ୪ଶହ ସାଇକେଲ ଭିତରୁ ଖରାପ ହୋଇଥିବା ସାଇକେଲ ଗୁଡିକୁ ଭାଙ୍ଗି ଦରକାରୀ ଯନ୍ତ୍ରୀଂଶ ଗୁଡିକୁ ଅନ୍ୟ ସାଇକେଲରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଖରାପ ସାଇକେଲ କାବଡ଼ି ବ୍ୟବସାୟୀଙ୍କୁ ଦିଆଯାଇଛି। ହେଲେ ଏ କଥାରେ କିନ୍ତୁ କେତେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ। କାରଣ ରାଜଧାନୀ ରାସ୍ତାକଡ଼ରେ ମୋ ସାଇକେଲର ବାସ୍ତବ ସ୍ଥିତି ଓ ଏଥିପ୍ରତି ଲୋକଙ୍କ ଅନାଗ୍ରହ ଜଳ ଜଳ ଦିଶୁଛି। ତେଣେ ପୁରା ଘଟଣାର ତଦନ୍ତ ପରେ ଯାହା କିଛି ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ବିଏମ୍ସି କମିଶନର।

Advertisment
Bhubaneswar BMC Cycle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ