Advertisment

"ଜଗାଚାକର ସଙ୍ଘ" ପକ୍ଷରୁ ବିରାଟ କାର୍ଯ୍ୟକ୍ରମ : ରଥଯାତ୍ରାରେ ଭକ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ସେବା

ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ

ଅଦ୍ୟତନ ହୋଇଛି
'Jaga Chakara Sangha'

'Jaga Chakara Sangha'

Advertisment

ବୃନ୍ଦାବତୀ ନିବାସ ପୁରୀଠାରେ ସନାତନ ପରମ୍ପରାର ବାହକ " ଜଗା ଚାକର ସଙ୍ଘ " ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ବହୁ ନିରାଡମ୍ୱର ଶୈଳୀରେ ଅନୁଷ୍ଠିତ ହୋଇଛି । ଜଗନ୍ନାଥ ସଂସୃତି ଓ ସନାତନ ଧର୍ମକୁ ସୁରକ୍ଷା ବଳୟ ଭିତରେ ବାନ୍ଧିବାର ପ୍ରଚେଷ୍ଟା କରାଇଥିଲେ ଭକ୍ତ l ଉତ୍ସବଟି ସାଧୁ ସନ୍ଥ ମଣ୍ଡଳୀ , ସମାଜସେବୀ ଓ ଶିକ୍ଷାବିତଙ୍କର ସମାବେଶରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ "ଜଗାଚାକର ସଙ୍ଘ"ର ସଭାପତି, ଶ୍ରୀ ସଦାନନ୍ଦ ସାହୁ, ଉପସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ , ସମ୍ପାଦକ ଶ୍ରୀ ମନୋଜ କୁମାର ମହାପାତ୍ର , ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ, ଯୁଗ୍ମ ସମ୍ପାଦିକl ଶ୍ରୀମତୀ ପ୍ରିୟଦର୍ଶିନୀ ନାୟକ,ଯୁଗ୍ମ ସମ୍ପାଦକ ଶ୍ରୀ ନିରୋଡ କୁମାର କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ ,କନକପ୍ରଭା ପରିଡାଙ୍କ ବ୍ୟତୀତ ସଂଘ ବାହାରୁ ସ୍ବାମୀ ନିତ୍ୟ ପ୍ରେମାନନ୍ଦ ଗିରି ଯୋଗ ଦେଇଥିଲେ।

Advertisment

ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ l ଗୀତାଧ୍ୟାନ, କୁନି ଭଉଣୀ କ୍ରିଷ୍ଣାର ମଙ୍ଗଳ ଗୀତ ଅତ୍ୟନ୍ତ ଆନନ୍ଦ ଦାୟକ ଥିଲା l ଜଗା ଚାକର ସଂଘର ଆଭିମୁଖ୍ୟକୁ ଦର୍ଶାଇବାକୁ ଯାଇ ସଂଘର ସଭାପତି, ଉପସଭାପତି ଓ ସଂପାଦକ ମଣ୍ଡଳୀ ଆଗାମୀ ରଥ ଯାତ୍ରାରେ ୨୦୦ରୁ ଉର୍ଦ୍ଧ୍ୱକର୍ମୀ ଯୋଗ ଦେଇ ପରିବେଶକୁ ସଫାକରିବା ଏବଂ ଭକ୍ତ ସମାବେଶରେ ଅର୍ଣ୍ଣ, ମହାନିର୍ମାଲ୍ୟ, ଭଗବତ୍ ଗୀତା ଓ ପ୍ରଭୁଙ୍କ ପ୍ରିୟ ଜିନିଷକୁ ବଣ୍ଟନ କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ ।  ସଭାରେ ଶତାଧିକ କର୍ମୀ ଓଡ଼ିଶାର ଦୂର ଦୂରାନ୍ତ ସ୍ଥାନରୁ  ଯୋଗଦେଇ ଏକ ନିଆରା ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଥିଲେ l

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ