Advertisment

କେମିତି ଲାଗିଲା ବ୍ରହ୍ମପୁର ବଡ଼ ମେଡିକାଲରେ ନିଆଁ ? ଅଗ୍ନି ନିର୍ବାପକ ବ୍ୟବସ୍ଥା କାମ କରୁନଥିବା ଅଭିଯୋଗ

ରକ୍ଷଣାବେକ୍ଷଣା ପାଇଁ ଅଚଳ ହୋଇପଡ଼ିଥିବା ସ୍ୱୀକାର କଲେ ଅଗ୍ନିଶମ ଅଧିକାରୀ,ତୁରନ୍ତ ମରାମତି ସହ ମେଡିକାଲର ସୁରକ୍ଷା ପାଇଁ ଉଠିଲା ଦାବି

Special story

Special story

Advertisment

କେମିତି ବ୍ରହ୍ମପୁର ଏମକେସିଜି ମେଡିକାଲ ସୁପର ସ୍ପେଶାଲିଷ୍ଟ କୋଠାରେ ଲାଗିଲା ନିଆଁ ? ନିଆଁ ଲାଗିବା ବେଳେ କାମ କରିଥିଲା କି ସ୍ପ୍ରିଙ୍କଲର? ତୁରନ୍ତ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲେ ସୁଦ୍ଧା ବେଶ୍ କିଛି ସମୟ ଯାଏଁ ମେଡିକାଲରେ ଅଚଳାବସ୍ଥା ଲାଗି ରହିଥିଲା ,ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି ସହରବାସୀ ।

Advertisment

ମେଡିକାଲରେ ଥିବା ସ୍ରିଙ୍କଲର, ଅଗ୍ନି ନିର୍ବାପକ ଯନ୍ତ୍ର ରକ୍ଷଣାବେକ୍ଷଣର ଅଭାବରୁ କାମ କରୁନଥିବା ସ୍ୱୀକାର କରିଛନ୍ତି ଅଗ୍ନିଶମ ଅଧିକାରୀ । ଏନେଇ ମେଡିକାଲ୍ କର୍ତ୍ତପକ୍ଷଙ୍କୁ ଜଣାଯାଇଛି ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ରେଞ୍ଜର ଫାୟାର ଅଫିସର୍ ପ୍ରଶାନ୍ତ ଦାସ ।

ଦୁଇ ଦିନ ତଳେ ଏମକେସିଜି ମେଡିକାଲ ସୁପର ସ୍ପେଶାଲିଷ୍ଟ କୋଠାର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅପରେସନ୍ ଥିଏଟରରେ ନିଆଁ ଲାଗିଥିଲା । ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ତୁରନ୍ତ ରୋଗୀ, ଡାକ୍ତର ଏବଂ ଅନ୍ୟଙ୍କୁ ସେଠୁ ସୁରକ୍ଷିତ ବାହାର କରାଯାଇଥିଲା ।

Advertisment

ଏମକେସିଜି ମେଡିକାଲ୍ ଉପରେ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ଓ ପଡ଼ୋଶୀ ଆନ୍ଧ୍ରର ଲୋକେ ବି ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସନ୍ତି । ତେଣୁ ଏପରି ଅଘଟଣ ଯେପରି ନହେବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।

MKCG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ