'Classic Car Display' to showcase Keonjhar king's newly-restored vintage vehicles
ଧାଡ଼ିକି ଧାଡ଼ି ଥୁଆ ହୋଇଛି ପୁରୁଣା କାର୍। କାହାର ରଙ୍ଗ ଛାଡ଼ି ଯାଇଛି ତ ଆଉ କାହାର ଅବସ୍ଥା ନାହିଁ। ଏହି ସବୁ କାର୍ ଯାହି ତାହି ନୁହେଁ ବରଂ ସେତେବେଳର ବ୍ରାଣ୍ଡେଡ୍ ଭେହିକିଲ୍। କୌଣସି ଗ୍ୟାରେଜ ନୁହେଁ ବରଂ କେନ୍ଦୁଝର ରାଜାଙ୍କ ରାଜବାଟିରେ ନୂଆ ରୂପ ପାଇବା ପାଇଁ ଅପେକ୍ଷା କରିଛନ୍ତି ଏହି ସବୁ କାର୍। ଭିଣ୍ଟେଜ୍ କାର୍ ଠାରୁ ଆରମ୍ଭ କରି ଆମ୍ବାସାଡର, ଜିପ୍, ଷ୍ଟାଣ୍ଡାର୍ଡ ହେରାଲ୍ଡ, ସେଭ୍ରଲେଟ୍ ଭଳି ବହୁ ପୁରୁଣା କାର୍ କେନ୍ଦୁଝର ରାଜବାଟିରେ ସଜଡା ଚାଲିଛି।
ରାଜ୍ୟ ସରକାର ଭିଣ୍ଟେଜ୍ କାର୍ ଚଳାଚଳ ପାଇଁ ନୂଆ ନିୟମ ଆଣିବା ପରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ନିଜର ପୁରୁଣା କଲେକସନ ସବୁକୁ ସଜ କରୁଛନ୍ତି। ସେଥିମଧ୍ୟରୁ ମୁଖ୍ୟ ଆକର୍ଷଣ ସାଜିଛି ୧୯୪୨ ମସିହାର ଫୋର୍ ଜିପିଡବ୍ଲ୍ୟୁ ଜିପ୍, ୧୯୫୩ ମସିହାର ମୋରିସ୍ ମାଇନର୍, ଆମ୍ବାସଡର୍ ଭଳି ଅନେକ କାର୍। ରାସ୍ତାରେ ଚାଲିବ ଏହିସବୁ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍। ଏନେଇ ଜିଲ୍ଲାବାସୀ ଉତ୍ସାହିତ ହେବା ସହ ଖୁସିବ୍ୟକ୍ତ କରିଛନ୍ତି।
ଏହି ସବୁ କାର୍ ସଜ ହୋଇଗଲେ ପ୍ରଦର୍ଶନୀ, ରାଲି ଇତ୍ୟାଦିରେ ସାମିଲ୍ ହୋଇ ପାରିବ। ଫଳରେ ପୁରୁଣା ଦିନର ସୌଖିନ୍ ପୁଣିଥରେ ନୂଆ ହେବ। ରାଜ୍ୟ ସରକାର ସିନା ଗତ କିଛି ମାସ ପୂର୍ବେ ଭିଣ୍ଟେଜ୍ କାର୍ ପାଇଁ ନୂଆ ନୀତି ଆଣିଲେ, କିନ୍ତୁ କାର୍ ଲଭର୍ ରାଜା ଧନଞ୍ଜନ ନାରାୟଣ ଭଞ୍ଜଦେଓ ପ୍ରାୟ ୧୦ ବର୍ଷ ପୂର୍ବରୁ ନିଜ ସୌଖିନିଆ କାର୍ ସବୁକୁ ମେକାନିକ୍ ଡକାଇ ରିମଡେଲିଂ କରୁଛନ୍ତି। ଏବେ ଏକାଧିକ ପୁରୁଣା କାର୍ ରାସ୍ତାରେ ଗଡ଼ିବା ପାଇଁ ଫିଟ୍ ହୋଇ ସାରିଲାଣି। ଆଉ ଯେତେ ବାକି ଅଛି ତାହା ଆଗାମୀ ଦିନରେ ଫିଟ୍ ହୋଇଯିବ। ସରକାରଙ୍କ ନୂଆ ନିୟମ ରାଜା ଧନଞ୍ଜୟଙ୍କ ସୌକ୍କୁ ଆଉ ଟିକେ ବଢାଇ ଦେଇଛି। ସେଇଥିପାଇଁ ଗାଡି ସଜ କାମରେ ନିଜେ ବି ଲାଗିଯାଛନ୍ତି।
(ରିପୋର୍ଟ- ପ୍ରଣୟ ପାଣି, କେନ୍ଦୁଝର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a_1674362515.jpg)