‘Apun likhega nahi’: West Bengal student writes ‘Pushpa’ movie dialogue in 10th exam, goes viral
ଚାରିଆଡେ ଏବେ ପୁଷ୍ପା କ୍ରେଜ୍ । ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ ରିଲିଜ୍ର ମାତ୍ର କିଛି ମାସ ମଧ୍ୟରେ ହିଁ ଫିଲ୍ମର ଗୀତଠାରୁ ଆରମ୍ଭ କରି ଡାଇଲୋଗ୍ ପର୍ଯ୍ୟନ୍ତ ସବୁକିଛି ବେଶ୍ ଭାଇରାଲ୍ ହୋଇଛି । ଯେଉଁଠି ଦେଖିଲେ କେବଳ ପୁଷ୍ପା ହିଁ ପୁଷ୍ପା । ବିଶେଷ କରି ଯୁବପିଢ଼ିଙ୍କ ଉପରେ ଫିଲ୍ମର ପ୍ରଭାବ ଅଧିକ ପଡ଼ିଛି ।
ଏହାରି ମଧ୍ୟରେ ପୁଷ୍ପା ସମ୍ପର୍କିତ ଏକ ଫଟୋ ଇଣ୍ଟରନେଟ୍ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଫଟୋଟିରୁ ସ୍ପଷ୍ଟ ଜଣାପଡୁଛି ଯେ, ପରୀକ୍ଷା ଖାତାରେ ପାଠ ନୁହେଁ ବରଂ ପୁଷ୍ପାର କ୍ରେଜ୍ ରହିଛି ।
ପଶ୍ଚିମବଙ୍ଗର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମଧ୍ୟ ଘାରିଛି ପୁଷ୍ପାର ନିଶା । ଏମିତିକି ସେ ନିଜ ପରୀକ୍ଷା ଖାତାରେ ପୁଷ୍ପାର ଏକ ଚର୍ଚ୍ଚିତ ଡାଇଲୋଗ୍ ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ,‘ଆପୁନ୍ ଲିଖେଗା ନେହି’ ।
ପରୀକ୍ଷା ଖାତାରେ ଲେଖାଯାଇଥିବା ଏହି ଡାଇଲୋଗ୍କୁ ଦେଖି ସମସ୍ତ ଶିକ୍ଷକ ତାବୁଜ ହୋଇଯାଇଛନ୍ତି । ଅନେକ ଶିକ୍ଷକ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାରେ ଗୀତର ଲିରିକ୍ସ ଏବଂ ହ୍ୱାଟସ୍ଆପ୍ ଚାଟ୍ ଲେଖି ଉତ୍ତର ସିଟ୍ ପୂରଣ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us