Advertisment

Odisha Sahitya Academy: “ଗଳ୍ପ ଓଡ଼ିଆ ଜୀବନ ଓ ଚଳଣିକୁ ପ୍ରଭାବିତ କରିବାରେ ବିଶେଷ ସହାୟକ ହୋଇପାରିଛି”

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଯୁବ ଗାଳ୍ପିକ ସମାବେଶ’ ଆୟୋଜିତ ହୋଇଯାଇଛି। ଏଠାରେ ଅତିଥି ଓ ଯୁବ ଗାଳ୍ପିକ/ଗାଳ୍ପିକାମାନେ ଉପସ୍ଥିତ ରହି ଗଳ୍ପ ସାହିତ୍ୟକୁ ନେଇ ଭିନ୍ନ ଭିନ୍ନ ମତପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Youth Writer Conference organized by Odisha Sahitya Academy

Youth Writer Conference organized by Odisha Sahitya Academy

Advertisment

ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ବା ଗଳ୍ପର ଇତିହାସ ଆଜିର ନୁହେଁ। ଏହା ପିଢ଼ି ପରେ ପିଢ଼ି ପରିବ୍ୟାପ୍ତ। ଯାହାକୁ ରଚନା କରିବାରେ ବରିଷ୍ଠମାନଙ୍କର ଯେତିକି ଅବଦାନ ଅଛି, ଯୁବ ଗାଳ୍ପିକ ଓ ଗାଳ୍ପିକାଙ୍କର ପରିଶ୍ରମ ମଧ୍ୟ ରହିଛି। ଇଂରାଜୀ ଶିକ୍ଷା, ସାହିତ୍ୟ ଓ ସଭ୍ୟତାର ପ୍ରଭାବ ଫଳରେ ଆମର ପୂର୍ବ ପ୍ରଚଳିତ ଲୋକକାହାଣୀ ପ୍ରଭାବିତ ହୋଇଛି। କିନ୍ତୁ ଏହାକୁ ଲିଭାଇ ପାରିବ ନାହିଁ। କାରଣ ନିଜର ଲେଖନୀ ମାଧ୍ୟମରେ ଜନମାନସକୁ ଯେଉଁ ଯୁବ ଗାଳ୍ପିକ ତଥା ଗାଳ୍ପିକାମାନେ ଲେଖକୀୟ ପରିଭାଷା ଦେଖାଇ ପାରିଛନ୍ତି, ସେଇମାନେ ହିଁ ଏହାକୁ କାନ୍ଧରେ ବୋହି ନେଉଛନ୍ତି।

Advertisment

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୪ ମଇ ୨୦୨୫ ଶନିବାର ଭୁବନେଶ୍ଵରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟଠାରେ ଆୟୋଜିତ ‘ଯୁବ ଗାଳ୍ପିକ ସମାବେଶ’ରେ ଆମନ୍ତ୍ରିତ ଅତିଥି ଓ ଯୁବ ଗାଳ୍ପିକ/ଗାଳ୍ପିକାମାନେ ଏହିପରି ଭିନ୍ନ ଭିନ୍ନ ମତପ୍ରକାଶ କରିଥିଲେ। ଗଳ୍ପ ହେଉଛି ଗତାନୁଗତିକ ମାର୍ଗର ପଥିକ। ଅନ୍ତର୍ନିହିତ ବାସ୍ତବତା ଅପେକ୍ଷା ବହିର୍ବାସ୍ତବତା, ନୈତିକତା ଓ ଆଦର୍ଶବାଦ ଇତ୍ୟାଦିରେ ରଚିତ ଗଳ୍ପଗୁଡ଼ିକରେ ବହୁ ପ୍ରାଧାନ୍ୟ ରହିଅଛି। ଅନେକାଂଶରେ ଗଳ୍ପ ବର୍ଣ୍ଣନାତ୍ମକ ଓ କାହାଣୀ ଆଧାରିତ। ବୃହତ୍ତର ଜୀବନର ବିଭିନ୍ନ ଚିତ୍ରକୁ ବିଭିନ୍ନ କଥାକାରମାନେ ଗଳ୍ପ ମାଧ୍ୟମରେ ବହୁ ଦୃଷ୍ଟାନ୍ତମାନ ଦର୍ଶାଇଥାନ୍ତି।

Odisha Sahitya Academyଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଯୁବ ଗାଳ୍ପିକ ସମାବେଶ’ ଆୟୋଜିତ

ଓଡିଶା ସାହିତ୍ୟ ଏକାଡେମୀ' ପକ୍ଷରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ପ୍ରଥମ ଥର ପାଇଁ ଏକ 'ଯୁବ ଗାଳ୍ପିକ ସମାବେଶ' ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡିଶା ସାହିତ୍ୟ ଏକାଡ଼େମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତାଙ୍କ ପୌରୋହିତ୍ୟରେ ବିଶିଷ୍ଟ ସାହିତ୍ୟିକ ଅରବିନ୍ଦ ରାୟ, ମିହିର ସ୍ଵାଇଁ, ହିରଣ୍ମୟୀ ମିଶ୍ର ଏବଂ ଶରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ଜ୍ଵଳନପୂର୍ବକ ସମାବେଶକୁ ଉଦଘାଟନ କରିଥିଲେ l

Advertisment

ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ଵାଗତ ଭାଷଣ ପ୍ରଦାନ କରି ସମସ୍ତ ନିମନ୍ତ୍ରିତ ଯୁବ ଗାଳ୍ପିକା ଏବଂ ଗାଳ୍ପିକଙ୍କୁ ଧନ୍ୟବାଦ ଜଣାଇବା ସହିତ ସରକାରୀ ସ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସଭିଙ୍କୁ ସୂଚନା ଦେଇଥିଲେ l ଏଥି ସହିତ ସମାବେଶରେ ଯୋଗ ଦେଇଥିବା ଗାଳ୍ପିକା ଏବଂ ଗାଳ୍ପିକମାନଙ୍କ ଗଳ୍ପକୁ ନେଇ ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ଏକ ଗଳ୍ପ ସଂକଳନ ପ୍ରକାଶ କରାଯିବ ବୋଲି ଘୋଷଣା କରିଥିଲେ l

ସମାବେଶରେ ଓଡ଼ିଶାର ପ୍ରାୟ ସମସ୍ତ ପ୍ରାନ୍ତରୁ ଶତାଧିକ ଯୁବ ଗାଳ୍ପିକା ଏବଂ ଗାଳ୍ପିକ ଯୋଗଦେଇ ସମାବେଶଟିକୁ ସଫଳ କରିଥିଲେ l 'ଆଜିର ଗଳ୍ପରେ ଗାଳ୍ପିକର କାନଭାସ୍', 'ଆମ ଗଳ୍ପର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ', 'ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଧାରାରେ ମୋ ଗଳ୍ପ', 'ଓଡ଼ିଆ ଗଳ୍ପରେ ଅସ୍ମିତାର ଚିତ୍ର ଓ ଚରିତ୍ର', ଏବଂ 'ସମକାଳୀନ ଓଡ଼ିଆ ଗଳ୍ପରେ ଓଡ଼ିଆପଣ' ଆଦି ଶୀର୍ଷକରେ ଯୁବ ଗାଳ୍ପିକା, ଗାଳ୍ପିକମାନଙ୍କ ମଧ୍ୟରେ ପାଞ୍ଚଟି ଅଧିବେଶନରେ ସାରଗର୍ଭକ ଆଲୋଚନା ହୋଇଥିଲା l

Advertisment

ଏହି ଅଧିବେଶନ ଗୁଡିକରେ କ୍ରମାନ୍ୱୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବ ଗାଳ୍ପିକ ମିୟୋଗ ରଞ୍ଜନ ପାତ୍ର, କ୍ଷୀରୋଦ ବିଶ୍ଵାଳ, ସଞ୍ଜୟ ପଣ୍ଡା, ଶିବାନନ୍ଦ ବାରିକ ଏବଂ ବେଦ ପ୍ରକାଶ ନାୟକ l ଏହି ଅବସରରେ ବରିଷ୍ଠ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ବଙ୍ଗାଳୀ ନନ୍ଦ, ରସାନନ୍ଦ ସାହୁ, ସୁନନ୍ଦା ପ୍ରଧାନ, ମନୁଆ ଦାଶ ଏବଂ ଅମରେଶ ବିଶ୍ଵାଳ ପ୍ରମୁଖ ସାହିତ୍ୟିକ ଉପସ୍ଥିତ ରହି ଯୁବ କଥାକାରମାନଙ୍କୁ ଉତ୍ସାହିତ କରିଥିଲେ l ଏହିପରି କାର୍ଯ୍ୟକ୍ରମ ଯୁବପିଢ଼ିକୁ ଓଡ଼ିଆ ସାହିତ୍ୟ ସହ ଯୋଡ଼ି ସେମାନଙ୍କୁ ସମୃଦ୍ଧ ସାହିତ୍ୟ ରଚନା କରିବା ନିମନ୍ତେ ଅନୁପ୍ରାଣିତ କରିବ ବୋଲି ସଭିଏଁ ଆଶାବ୍ୟକ୍ତ କରିଥିଲେ l

ଅତିଥି ଭାବେ ଯୋଗ ଦେଇଥିବା ଡକ୍ଟର ମିହିର କୁମାର ସାହୁ, ଗାଳ୍ପିକ ତଥା ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର ଅରବିନ୍ଦ ରାୟ, ସୁସାହିତ୍ୟିକା ଡକ୍ଟର ହିରଣ୍ମୟୀ ମିଶ୍ରଙ୍କ ସହ ନାଟ୍ୟକାର ଶରତ ଆଚାର୍ଯ୍ୟ, ସମାବେଶରେ ଯୋଗ ଦେଇଥିବା ଗାଳ୍ପିକ ଗାଳ୍ପିକାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଗଳ୍ପର ଜୀବନ ଆଦର୍ଶ ଓ ରଚନାଶୈଳୀ ସଂପର୍କରେ ସୂଚନା ଦେଇଥିଲେ। କହିଥିଲେ, ଓଡ଼ିଆ ଜୀବନ ଓ ଚଳଣି ଏବଂ ଜୀବନର ବିଭିନ୍ନ ଚିତ୍ରକୁ କଥାକାରମାନେ ଗଳ୍ପ ମାଧ୍ୟମରେ ଦର୍ଶାଇବା ଉଚିତ। ଜୀବନର ପ୍ରତ୍ୟେକ ସମସ୍ୟା ଓ ଘଟଣାବଳୀକୁ କିପରି ଗଳ୍ପ ଦ୍ଵାରା ପରିପ୍ରକାଶ କରିଛନ୍ତି ଆମନ୍ତ୍ରିତ ଗାଳ୍ପିକ ଓ ଗାଳ୍ପିକାମାନେ ଏ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପାରମ୍ପରିକ ଭାବରେ ଏହି ଯୁବ ଗାଳ୍ପିକ ସମାବେଶରେ ଆମନ୍ତ୍ରିତ ଅତିଥୁ, ଯୁବ ଗାଳ୍ପିକ ଓ ଗାଳ୍ପିକାଙ୍କ ସଦୟ ଯୋଗଦାନକୁ ଭୂୟସୀ ପ୍ରଶଂସା କରିବା ସହ ଗଳ୍ପର ସଂଜ୍ଞାକୁ କିପରି କଥାକାରମାନେ ପ୍ରାଧାନ୍ୟ ଦେଇପାରିଛନ୍ତି ସେ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ସମାବେଶରେ ଶତାଧିକ ଯୁବ ଗାଳ୍ପିକ/ଗାଳ୍ପିକା ଯୋଗଦେଇ ଆଲୋଚ୍ୟ ବିଷୟବସ୍ତୁ ଯଥା- ‘ଆମ ଗଳ୍ପର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’, ‘ଆଜିର ଗଳ୍ପରେ ଗାଳ୍ପିକର କାନ୍‌ଭାସ୍’, ‘ଓଡ଼ିଆ ଗଳ୍ପରେ ଅସ୍ମିତାର ଚିତ୍ର ଓ ଚରିତ୍ର’, ‘ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଧାରାରେ ମୋ ଗଳ୍ପ’ ଓ ‘ସମକାଳୀନ ଓଡ଼ିଆ ଗଳ୍ପରେ ଓଡ଼ିଆପଣ’ଶୀର୍ଷକ ବିଷୟବସ୍ତୁ ଆଧାରରେ ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଏକାଡେମୀର ସହ–ସଚିବ ସଞ୍ଜୟ ଛୁଆଳସିଂହ ଗଳ୍ପ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

Odia Literature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ