Advertisment

କହ୍ନେଇ କଥା ପୁରସ୍କାର ପାଇବେ ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳ

କହ୍ନେଇଲାଲ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗୀତାରେ ୭୬ତମ କହ୍ନେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ କହ୍ନେଇ କଥା ପୁରସ୍କାରରେ ସମ୍ମାନୀତ କରାଯିବ।

Young Story Teller Rajendra Raul will receive Kanhei Katha Samman

Young Story Teller Rajendra Raul will receive Kanhei Katha Samman

Advertisment

ଆଗାମୀ ୨୩ ତାରିଖ ରବିବାର ସନ୍ଧ୍ୟାରେ ବାଲେଶ୍ୱରସ୍ଥିତ ଷ୍ଟେସନ କ୍ଲବ୍ ସଭାଗୃହରେ କହ୍ନେଇଲାଲ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗୀତାରେ ୭୬ତମ କହ୍ନେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଏନେଇ 'ସଂକେତ' ପରିସରରେ ସଂସଦ ପକ୍ଷରୁ କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ଵରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Advertisment

ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କାର୍ଯ୍ୟକ୍ରମର ଏଜେଣ୍ଡା ପ୍ରସ୍ତୁତ ହେବା ସହ ବଜେଟ୍ ଓ କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି ଚଳିତ ବର୍ଷ ପାଇଁ କହ୍ନେଇ କଥା ପୁରସ୍କାର ନିମନ୍ତେ ସର୍ଟ ଲିଷ୍ଟ୍ ନାମ ଘୋଷଣା ପରେ ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ ସର୍ବ ସମ୍ମତି କ୍ରମେ ବିଜେତା ଭାବେ ଚୟନ କରାଯାଇଥିଲା।

Young Story Teller Rajendra Raul will receive Kanhei Katha Sammanଚୂଡାନ୍ତ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଅତିଥି

ପ୍ରତି ବର୍ଷ ୫୦ ବର୍ଷ ବୟସ ସୀମା ଭିତରେ ଜଣେ ଯୋଗ୍ୟ ଗାଳ୍ପିକଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥାଏ। ଏହି କ୍ରମରେ ବିଗତ ବର୍ଷମାନଙ୍କରେ ଚିରଶ୍ରୀ ଇନ୍ଦ୍ରସିଂ, ହିରଣ୍ମୟୀ ମିଶ୍ର, ଆଦିତେଶ୍ଵର ମିଶ୍ର, ମୋନାଲିସା ଜେନା, ଅମରେଶ ବିଶ୍ଵାଳ ଓ ବିରଜା ରାଉତରାୟ ପ୍ରମୁଖ ଏହି ପୁରସ୍କାର ଲାଭ କରିଛନ୍ତି। ପୁରସ୍କାର ସ୍ଵରୂପ ଦଶ ହଜାର ଟଙ୍କା ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥାଏ।

Advertisment

୧୯୭୬ରେ ବାଲେଶ୍ଵର ଜିଲ୍ଲାରେ ଜନ୍ମିତ ରାଜେନ୍ଦ୍ର ତିନୋଟି ଭାଷାରେ ଲେଖାଲେଖି କରନ୍ତି। ପ୍ରାୟ ୧୦ ଖଣ୍ଡ ପୁସ୍ତକର ସ୍ରଷ୍ଟା ସେ ବହୁ ପୁରସ୍କାରରେ ସମ୍ମାନିତ। ସେ ଏକାଧାରରେ ଲେଖକ, ନାଟ୍ୟକାର ଓ ସଙ୍ଗୀତକାର ମଧ୍ୟ।

ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଉତ୍ପଳ ମହାନ୍ତି, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, ସହ-ସମ୍ପାଦକ ଶୁଭେନ୍ଦୁ ଦାସ, ସାହିତ୍ୟିକ ପ୍ରଶାନ୍ତ ଦାସ, ଗାଳ୍ପିକ ଗଙ୍ଗାଧର ବିଶ୍ଵାଳ, ଗାଳ୍ପିକ ନିବାରଣ ଜେନା, ଆଡ୍‌ଭୋକେଟ୍ ରାମ ନାରାୟଣ ଦେ, ଗାଳ୍ପିକ ସଞ୍ଜୟ ପଣ୍ଡା, ଗାଳ୍ପିକା ସ୍ମୃତି ଦାସ, ସମାଜସେବୀ ରାଜେଶ ଗିରି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Advertisment

ଏହି ସ୍ମୃତି ସମାରୋହରେ ସମ୍ମାନନୀୟ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ପରେଶ କୁମାର ପଟ୍ଟନାୟକ, ବିଶିଷ୍ଟ ଲେଖକ ଡକ୍ଟର ମଣୀନ୍ଦ୍ର କୁମାର ମେହେର ଏବଂ କବି ଓ ଗାଳ୍ପିକ ସରୋଜ ବଳ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶେଷରେ ସଞ୍ଜୟ ପଣ୍ଡା ଧନ୍ୟବାଦ ଦେଇଥିଲେ।

Literature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ