Advertisment

ଚଳିତ ବର୍ଷ କନହେଇ କଥା ପୁରସ୍କାର ପାଇବେ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ

ଆଜି ସଂଧ୍ୟାରେ ବିବେକାନନ୍ଦ ମାର୍ଗ ସ୍ଥିତ 'ସଂକେତ' ପରିସରରେ କନହେଇଲାଲ୍ ସ୍ମୃତି ସଂସଦର ଏକ ବୈଠକରେ ଏହା ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Chittaranjan chiranjit

Chittaranjan chiranjit

Advertisment

୨୦୨୪ ପାଇଁ ସମ୍ମାନଜନକ କନହେଇ କଥା ପୁରସ୍କାର ପାଇବେ ଓଡ଼ିଆ କଥା ସାହିତ୍ୟର ସ୍ଵନାମଧନ୍ୟ ଯୁବ କଥାଶିଳ୍ପୀ ଚିତ୍ତରଞ୍ଜନ ଚିରଞ୍ଜିତ। ଆଜି ସଂଧ୍ୟାରେ ବିବେକାନନ୍ଦ ମାର୍ଗ ସ୍ଥିତ 'ସଂକେତ' ପରିସରରେ କନହେଇଲାଲ୍ ସ୍ମୃତି ସଂସଦର ଏକ ବୈଠକରେ ଏହା ଘୋଷଣା କରାଯାଇଛି। ପ୍ରତି ବର୍ଷ ୫୦ ବର୍ଷ ବୟସ ସୀମା ଭିତରେ ଓଡିଆ କଥା ସାହିତ୍ୟର ଜଣେ ଯୋଗ୍ୟତମ ପ୍ରତିଭାଙ୍କୁ ଚୟନ କରାଯାଇ କନହେଇ କଥା ପୁରସ୍କାର ପ୍ରଦାନ କରାଯାଇଥାଏ। ଗଳ୍ପ, ଉପନ୍ୟାସ ଓ ଫିଚର୍ ରଚନା କ୍ଷେତ୍ରରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ତିଆରି କରିଥିବା ଚିତ୍ତରଞ୍ଜନ ଚିରଞ୍ଜିତ ସଂପ୍ରତି 'ସମ୍ବାଦ' ଅନୁଷ୍ଠାନରେ କାର୍ଯ୍ୟରତ ଅଛନ୍ତି। 

Advertisment

ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଆବାହକ ତଥା ଭୋଗରାଇର ନବ ନିର୍ବାଚିତ ବିଧାୟକ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ବିଧାୟକ ଶ୍ରୀଦାସ ସଂସଦର ଆଭିମୁଖ୍ୟ ଓ ଆଗାମୀ ଯୋଜନା ବିଷୟରେ ନିଜର ବକ୍ତବ୍ୟ ରଖିବା ସହିତ କନହେଇଲାଲ୍ ଙ୍କ ପ୍ରତିମୂର୍ତ୍ତି ଚଳିତ ବର୍ଷ ଉନ୍ମୋଚନ ହେବା ବିଷୟରେ ସୁନିଶ୍ଚିତ କରିଥିଲେ। ପ୍ରାରମ୍ଭରେ ସଂସଦର ସମ୍ପାଦକ ଉତ୍ପଳ ମହାନ୍ତି ଗତବର୍ଷର ଆୟବ୍ୟୟ ଉପସ୍ଥାପନ କରିବା ସହିତ ଚଳିତ ବର୍ଷ କାର୍ଯ୍ୟକ୍ରମର ରୂପରେଖ ବିଷୟରେ କହିଥିଲେ।

ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ଚଳିତ ବର୍ଷ ପାଇଁ ଯୋଗ୍ୟ ପ୍ରତିଭାଙ୍କ ନାମ କହିବା ପରେ ଚିତ୍ତରଞ୍ଜନ ଚିରଞ୍ଜିତ ସର୍ବସମ୍ମତିକ୍ରମେ ଏ ବର୍ଷର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଆସନ୍ତା ଜୁଲାଇ ୨୭ ତାରିଖ ଦିବା ୧୧ଘଟିକା ସମୟରେ କମର୍ଦ୍ଦା ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ମୃତି ସମାରୋହ ଅବସରରେ ଶ୍ରୀଚିତ୍ତରଞ୍ଜନଙ୍କୁ ପୁରସ୍କାର ସ୍ଵରୂପ ଅର୍ଥରାଶି, ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

Advertisment
Kanheya Katha PuraskarKanheya Katha Puraskar

ଏହି ସ୍ମୃତି ସମାରୋହରେ ଅତିଥି ଭାବରେ ଯୋଗ ଦେବାକୁ ବିଶିଷ୍ଟ ସାରସ୍ଵତ ସାଧକ ତଥା ବରିଷ୍ଠ ଲେଖକ ଦାଶ ବେନହୂର ଏବଂ ବିଶିଷ୍ଟ ସ୍ତମ୍ଭକାର ତଥା ଅନୁବାଦକ ଅସିତ ମହାନ୍ତି ସଦୟ ସମ୍ମତି ପ୍ରଦାନ କରିଛନ୍ତି। ଆଜିର ବୈଠକରେ କବି ଶ୍ରୀଦେବ, ଗାଳ୍ପିକ ନିବାରଣ ଜେନା, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, କବି ଓ ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ ଦାସ, କବି ଓ ପ୍ରକାଶକ ଅଭୟ ଦାସ, କବି ଅମିୟ ରଞ୍ଜନ ମହାପାତ୍ର, କବି ପ୍ରଶାନ୍ତ ଦାସ, ଗାଳ୍ପିକା ସ୍ମୃତି ଦାସ, ସହ କୋଷାଧ୍ୟକ୍ଷ ରାଜେଶ ଗିରି, ସଂସଦର ସହ ସମ୍ପାଦକ ଯାଦବେଶ ମିଶ୍ର ଏବଂ ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

Odia Literature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ