Advertisment

ବେଘର ହେଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ

ରାଜରାସ୍ତାକୁ ଆସିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁ ମାୟାଧର ପ୍ରଦାନଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ୯୧ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି।

Eviction Padma awardee residence artists Mayadhar Raut

Eviction Padma awardee residence artists Mayadhar Raut

Advertisment

ରାଜରାସ୍ତାକୁ ଆସିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁ ମାୟାଧର ପ୍ରଦାନଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ୯୧ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ ଏବେ ନିରାଶ୍ରୟ ପାଲଟିଛନ୍ତି।

Advertisment

ବର୍ଷ ବର୍ଷ ଧରି ନୃତ୍ୟଗୁରୁ ମାୟାଧର ରାଉତ ଏସିଆନ ଗେମ୍ସ ଭିଲେଜ୍ ଠାରେ ସରକାରୀ ବାସଭବନରେ ରହି ଆସୁଥିଲେ। ତେବେ ୨୦୧୪ ମସିହାରେ ଏସବୁକୁ ବାତିଲ କରାଯାଇଥିଲା। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ନୋଟିସ୍‌ ପରେ ୨୦୨୦ ମସିହାରେ ନୃତ୍ୟଗୁରୁ ବିର୍‌ଜୁ ମହାରାଜଙ୍କ ସମେତ ଅନେକ କଳାକାର କୋର୍ଟର ଆଶ୍ରୟ ନେଇଥିଲେ।

ତେବେ ଗତ ଫେବ୍ରୁଆରୀ ମାସରେ ସେମାନେ କୋର୍ଟରେ କେସ୍‌ ହାରିଯାଇଥିଲେ। ଏହାପରେ ଏପ୍ରିଲ ୨୫ ତାରିଖ ସୁଦ୍ଧା ସମସ୍ତ କଳାକାର ନିଜ ନିଜ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍‌ ପରେ କଳାକାର ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି। ଏବେ କୋର୍ଟରେ ମାମଲା ଥିବାବେଳେ ଏଭଳି ଉଚ୍ଛେଦକୁ କଳାକାରଙ୍କ ପରିବାର ନାପସନ୍ଦ କରିଛନ୍ତି।

Advertisment

ଗୁରୁ ମାୟାଧର ରାଉତଙ୍କ ଝିଅ ମଧୁମିତା କହିଛନ୍ତି ଯେ ଏହି କାର୍ଯ୍ୟନୁଷ୍ଠାନ ପୂର୍ବରୁ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ଅଧିକାରୀମାନେ ହଠାତ୍ ଆସି ସନ୍ଧ୍ୟା ୫ଟା ଭିତରେ ଘର ଖାଲି କରିବାକୁ କହିଥିଲେ। ସେ କହିଛନ୍ତି ଯେ ଘର ଖାଲି କରିବାକୁ ଅତି କମରେ ୨୪ ଘଣ୍ଟା କିମ୍ବା ଏକ ସପ୍ତାହର ନୋଟିସ୍‌ ଦିଆଯିବା ଉଚିତ। ଆମେ କଳାକାର, ଆମର ଅନ୍ୟ ଘର ନାହିଁ, ଯେଉଁଠାରେ ଆମେ ତୁରନ୍ତ ଯାଇପାରିବା ବୋଲି ସେ କହି ଦୁଃଖ ପ୍ରକାଶ କରିଛନ୍ତି।

ମଧୁମିତା ଆହୁରି କହିଛନ୍ତି ଯେ ଏହି କଳାକାରମାନଙ୍କ ମଧ୍ୟରୁ ଅନେକଙ୍କୁ ଉଚ୍ଚ ପୁରସ୍କାର ମିଳିଛି। ଏମାନଙ୍କ ମଧ୍ୟରେ ଅନେକ ପଦ୍ମ ପୁରସ୍କାର ବିଜେତା ଅଛନ୍ତି। ୯୧ ବର୍ଷିୟ କଳାକାର ମାୟାଧର ରାଉତ ମଧ୍ୟ ଏହି କାର୍ଯ୍ୟନୁଷ୍ଠାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଜୀବନର ଶେଷ ପର୍ଯ୍ୟାୟରେ ତାଙ୍କୁ କାହିଁକି ବେଘର କରାଯାଉଛି ବୋଲି ସେ କହିଛନ୍ତି। ରାଉତ କହିଛନ୍ତି ଯେ ଅଧିକାରୀମାନେ ଘର ଭିତରକୁ ଆସି ଜିନିଷପତ୍ର ଫିଙ୍ଗିବା ଆରମ୍ଭ କରିଥିଲେ। ଯଦି ସେମାନେ ଆମକୁ ଏକ ନୋଟିସ୍ ଦେଇଥାନ୍ତେ, ଆମେ ନିଜେ ଘର ଖାଲି କରିଦେଇଥାନ୍ତୁ ବୋଲି ସେ କହିଛନ୍ତି।

Advertisment

୧୯୩୦ ଜୁଲାଇ ୬ରେ ମାୟାଧର ରାଉତ କଟକ ଜିଲ୍ଲାର କଣ୍ଟାପହାରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କାଲାକ୍ଷେତ୍ରରେ ରୁକ୍ମିଣୀ ଦେବୀ ଅରୁନ୍ଦେଲଙ୍କ ଦ୍ୱାରା ଓଡ଼ିଶାର ଗୁରୁ-ଶିଷ୍ୟ ପରମ୍ପରା ଅନୁଯାୟୀ ତାଙ୍କର ନୃତ୍ୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

ସେ ମମତା ଖୁଣ୍ଟିଆଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ଝିଅ ଓ ଦୁଇ ପୁଅ ଅଛନ୍ତି। ଝିଅ ମଧୁମିତା ରାଉତ ମଧ୍ୟ ଜଣେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ।

Odisha News Eviction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ