Advertisment

କବିତାରେ ଜୀବନର କଥା କହୁଥିବା ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ

ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୯ତମ ବାର୍ଷିକୋତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ୩ ଦିନ ଧରି ଚାଲି ଉଦ୍‌ଯାପିତ ହୋଇଯାଇଛି। ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷାରେ ସନ୍ତୋଷ କର, ସମାଜସେବାରେ ଦୀପକ ସାହୁଙ୍କୁ ସମ୍ମାନିତ କରାଯାଇଛି।

ଅଦ୍ୟତନ ହୋଇଛି
Debagiri Sahitya Samman

Debagiri Sahitya Samman

Advertisment

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢୀପଦର ଠାରେ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୯ତମ ବାର୍ଷିକୋତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ୩ ଦିନ ଧରି ଚାଲି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ କବି ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି।

Advertisment

‘ଅଜ୍ଞାତବାସ’, ‘ଅନ୍ତରଙ୍ଗ ଆକାଶ’ ଆଦି କବିତା ସଂକଳନର ସ୍ରଷ୍ଟା ଶ୍ରୀ ସାଗରଙ୍କ କବିତାରେ ଥାଏ ସ୍ୱପ୍ନ, ପ୍ରେମ ଓ ଜୀବନବୋଧର କଥା । ପୂର୍ବରୁ ସେ ନିର୍ମାତା, ତୀରତରଙ୍ଗ ଆଦି ସାହିତ୍ୟ ପତ୍ରିକା ଏବଂ ରେମ୍‌ସାମ୍ ସମ୍ବାଦପତ୍ରର ସଂପାଦନା ସହ ଜଡ଼ିତ ଥିବାବେଳେ ସଂପ୍ରତି ପ୍ରମେୟ ମୁଖ୍ୟ କାର୍ଯ୍ୟାଳୟରେ ସହ-ସଂପାଦକଭାବେ କାର୍ଯ୍ୟରତ ।

ଉଦ୍‌ଯାପନୀ ସଭାରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଡ. ସଞ୍ଜୟ ଶତପଥୀ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ଥୁଆମୂଳ ରାମପୁର ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ମୁଖ୍ୟମୁକ୍ତା ଓ ନାରୀନେତ୍ରୀ ପ୍ରମିଳା ପ୍ରଧାନ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ।

Advertisment
Debagiri Sahitya Sammanସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ

ସେହିପରି ସମ୍ମାନିତ ଅତିଥିଭାବେ କୋକସରା ଥାନାଧିକାରୀ ରମଣୀ ରଞ୍ଜନ ଦଳେଇ, ଯୁବ ସମାଜସେବୀ ଦେବେନ୍ଦ୍ର ନାଏକ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ ଓ ଯୁବ କଳାକାର ମାନସ ସାହୁ ମଞ୍ଚାସୀନ ଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧାଙ୍ଗଡାମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁଧୀର ଧାଙ୍ଗଡାମାଝୀ ମଞ୍ଜ ପରିଚାଳନା କରିଥିଲେ। ଅନୁଷ୍ଠାନର ସାଧାରଣ ସଂପାଦକ ସୁନୀଲ ଧାଙ୍ଗଡାମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ଭୋଇଙ୍କୁ ଦେବଗିରି ସମ୍ମାନ, ଲିପ୍ସାମୟୀ ଦୁବେଙ୍କୁ ଦେବଗିରି ଯୁବ ସମ୍ମାନ, ଦେବେନ୍ଦ୍ର ବିଶିଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, କୈଳାସ ଚନ୍ଦ୍ର ନାଏକଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ସତ୍ୟ ନାରାୟଣ ନାଏକଙ୍କୁ ଦେବଗିରି ଲୋକଗୀତ ସମ୍ମାନ, ଦୀପକ ରଞ୍ଜନ ସାହୁଙ୍କୁ ଦେବଗିରି ସମାଜସେବା ସମ୍ମାନ, ସନ୍ତୋଷ କରଙ୍କୁ ଦେବଗିରି ଶିକ୍ଷା ସମ୍ମାନ, ସୁମିର ଧଙ୍ଗଡାମାଝୀଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ ଓ ଭୂପେନ୍ଦ୍ର ଦୀପଙ୍କୁ ଦେବଗିରି ଦେଶସେବା ସମ୍ମାନ ପ୍ରଦାନ କରାଯାଇଥିଲା।

Advertisment
Debagiri Sahitya Sammanଦେବଗିରି ସାହିତ୍ୟ ସମ୍ମାନରେ ସମ୍ମାନିତ ହେଉଛନ୍ତି ସୁରେଶ ସାଗର

ସଭା ଆରମ୍ଭରେ ମୌଳିକ ସଂଗୀତ ଜୟ ଦେବଗିରି ପରିବେଷଣ ହୋଇଥିଲା ଓ ଗୁରୁ କୈଳାସ ଚନ୍ଦ୍ର ନାୟକଙ୍କ ଦଳ ଘୁମୁରା ନାଚ ପରିବେଷଣ କରିଥିଲେ। ନୃତ୍ୟ ଆସରରେ ପଶ୍ଚିମ ଓଡିଶାର ଶତାଧିକ କଳାକାର ଭାଗନେଇ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।

ଏହି ଅବସରରେ ଯୁବ ଲେଖକ ଡିଲେଶ୍ୱର ରଣା, ତ୍ରିନାଥ ଶ୍ୟାମ କୁମାର, ତପନ ଭୋଇ, ଜିତେନ୍ଦ୍ର ସାହୁ, ବିନୟ ସାହୁ, ବିଜୟଲକ୍ଷ୍ମୀ ଧଙ୍ଗଡାମାଝୀ, ସଲିଲ୍ ଧଙ୍ଗଡାମାଝୀ, ସୁନିତା ଧଙ୍ଗଡାମାଝୀ, ବାଲ୍ମୀକି କରୁଆଁ, ପୀୟୁଷ ଧଙ୍ଗଡାମାଝୀ ପ୍ରମୁଖ ସହଯୋଗ କରିଥିଲେ।

Literature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ