Darshan Of Holy Trinity At Puri Srimandir Will Remain Restricted For Four Hours Today
ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟ ତିଥି। ଏହି ଅବସରରେର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଅପହରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ। ଚତୁର୍ଦ୍ଦାମୂରତି ସ୍ନାନ ମଣ୍ଡପରେ ୧୦୮ କୁମ୍ଭ ଗରାରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଥିଲେ। ଜ୍ୱରରେ ପୀଡ଼ିତ ଯୋଗୁ ମହାପ୍ରଭୁଙ୍କ ମସ୍ତକରୁ ହୀରା, ନୀଳା, ମାଣିକ ଏବଂ ସୁନା ଖଚିତ ଚିତାକୁ ବାହାର କରାଯାଇଥିଲା। ଏହାକୁ ପୁଣି ଥରେ ଆଜି ଲଗାଯିବ। ଏହି ନୀତି ସମସ୍ତ ଦଇତାପତି ସେବକଙ୍କ ଦ୍ୱାରା ସମ୍ପନ୍ନ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1658978598.jpg)