Advertisment

'ଲେଖକର ଭାବ ଓ ଅନୁଭବ ତା’ର ସୃଷ୍ଟିକୁ ପ୍ରଭାବିତ କରିଥାଏ'

ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳଙ୍କ କବିତା ବହି ‘ମାନିର ରଫ୍‌ ଖାତାରେ ପୁର୍ଣ୍ଣିମାର ଗାଁ ଓ ଅନ୍ୟାନ୍ୟ କବିତା’ ଓ ଜ୍ୟୋତ୍ସ୍ନା ବିଶ୍ୱାଳଙ୍କ ଗପବହି ‘ଦର୍ପଣ ଆଗରେ’ ଉନ୍ମୋଚିତ ହୋଇଯାଇଛି।

ଅଦ୍ୟତନ ହୋଇଛି
Book launched programme

Book launched programme

Advertisment

କେଶୁରା ଏସ୍‌ବିଆଇ କଲୋନୀ ପରିସରରେ ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳଙ୍କ କବିତା ବହି ‘ମାନିର ରଫ୍‌ ଖାତାରେ ପୁର୍ଣ୍ଣିମାର ଗାଁ ଓ ଅନ୍ୟାନ୍ୟ କବିତା’ ଉନ୍ମୋଚିତ ହୋଇଯାଇଛି। ଏହାକୁ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଉନ୍ମୋଚିତ କରିଥିଲେ।

Advertisment

ସେହିପରି ଏହି ଅବସରରେ କବି ଗଙ୍ଗାଧର ଧର୍ମପତ୍ନୀ ଜ୍ୟୋତ୍ସ୍ନା ବିଶ୍ୱାଳଙ୍କ ଗପବହି ‘ଦର୍ପଣ ଆଗରେ’କୁ ଅଧ୍ୟାପକ ବିଶ୍ୱରଂଜନ ଉନ୍ମୋଚିତ କରିଛନ୍ତି। ଲେଖକର ଭାବ ଓ ଅନୁଭବ ସୃଷ୍ଟିକୁ ଜୀବନ୍ତ କରି ପାଠକଙ୍କୁ ପ୍ରଭାବିତ କରିଥାଏ ବୋଲି ବକ୍ତା କହିଥିଲେ।

କବି ପ୍ରଶାନ୍ତ ଦାସଙ୍କ ପୌରହିତ୍ୟରେ ପରିଚାଳିତ ଏହି ସମାରୋହରେ ପୁସ୍ତକର ଲେଖକ ଗଙ୍ଗାଧର ବିଶ୍ୱାଳ ଓ ଜ୍ୟୋତ୍ସ୍ନା ବିଶ୍ୱାଳ ନିଜ ନିଜର ଲେଖାକୀୟ ମତ ରଖିଥିଲେ।

Advertisment

ଅତିଥି ଭାବେ ଯୋଗଦେଇ ସମରେନ୍ଦ୍ର ବିହାରୀ ନିଜର ବକ୍ତବ୍ୟ ରଖିଥିବା ବେଳେ ଗୀତିକା ଜ୍ୟୋତିପର୍ଣ୍ଣ ପରିଚୟ ପ୍ରଦାନ କରିଥିଲେ ଓ ଗୀତିକା ଯୋଗସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ।

Book Launch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ